ବଜ୍ରାଘାତରେ ୨୨ଗୋରୁ ମୃତ

ଚନ୍ଦ୍ରପୁର : ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଡାଙ୍ଗସୋରଡା ପଞ୍ଚାୟତ ଅନ୍ତର୍ଗତ ମାଦିଗୁଡା ଗ୍ରାମ ନିକଟରେ ବଜ୍ରାଘାତ ଘଟି ୨୨ଟି ଗୋରୁର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ମାଦିଗୁଡା ଗ୍ରାମର କିଛିି ଗୋରୁ ଗାଁ ନିକଟସ୍ଥ ଜଙ୍ଗଲକୁ ଚରିବାକୁ ଯାଇଥିଲେ। ତେବେ ଏହି ସମୟରେ କାଳବୈଶାଖୀ ପ୍ରଭାବରେ ଘଡଘଡି ସହ ବର୍ଷା ହେବାରୁ ସମସ୍ତ ଗୋରୁ ଗାଁକୁ ଫେରୁଥିଲେ। କିନ୍ତୁ ହଠାତ୍‌ ରାସ୍ତାରେ ବଜ୍ରାଘାତ ହେବାରୁ ଘଟଣାସ୍ଥଳରେ ହିଁ ୨୨ଟି ଗୋରୁର ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର