‘ମହାନଦୀ ସୁରକ୍ଷା ମହାସଂଗ୍ରାମ’ ଅଭିଯାନ : ବିଜେଡ଼ି ପକ୍ଷରୁ ସମ୍ବଲପୁରରେ ହେଲା ମହାନଦୀ ଆଳତୀ

ସମ୍ବଲପୁର : ଛତିଶଗଡ଼ ସରକାର ମହାନଦୀରେ ବ୍ୟାରେଜ୍‌ ନିର୍ମାଣ କରି ଓଡ଼ିଶାକୁ ପାଣି ଛାଡୁନଥିବା ବେଳେ ଓଡ଼ିଶାରେ ମହାନଦୀ ଶୁଖିଲା ପଡିଛି। ଏହାକୁ ନେଇ ଆଇନଗତ ଲଢ଼େଇ ଜାରି ରହିଥିବା ବେଳେ ଗତକାଲି ଝାରସୁଗୁଡା ଜିଲ୍ଲା ସୁଖାସୋଢ଼ା ଓ ବରଗଡ଼ ଜିଲ୍ଲା ଚିଖିଲିରୁ ବିଜେଡ଼ି ଆରମ୍ଭ କରିଛି ଦ୍ୱିତୀୟ ପର୍ଯ୍ୟାୟ ମହାନଦୀ ଅଭିଯାନ ‘ମହାନଦୀ ସୁରକ୍ଷା ମହାସଂଗ୍ରାମ’। ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଆଜି ବିଜେଡ଼ି ପକ୍ଷରୁ ମହାନଦୀରେ ହୋଇଛି ମହାନଦୀ ଆଳତୀ। ମହାନଦୀ ଓଡିଶାର ଜୀବନ ରେଖା। ଏହି ନଦୀ ଓଡିଶା ଜୀବନ ଜୀବିକା ସହ ଯୋଡା ହୋଇଥିବାରୁ ଏହା ରାଜ୍ୟର ଗଙ୍ଗା । ତେଣୁ ଏହାର ଆରାଧନା କରାଯାଉଛି ବୋଲି କହିଛନ୍ତି ବିଜେଡି ନେତା।

ଆଜି ସମ୍ବଲପୁର ସହରରେ ଥିବା ମାରବାଡି ଘାଟ ଠାରେ ଏହି ଆଳତି କରାଯାଇଥିଲା। ଏଥିରେ ଦଳୀୟ ନେତାଙ୍କ ସମେତ ସମ୍ବଲପୁରର ହଜାର ହଜାର ଲୋକ ମଧ୍ୟ ସାମିଲ ହୋଇଥିଲେ। ପଣ୍ଡିତମାନଙ୍କ ମନ୍ତ୍ରପାଠ ସହ ଏଠାରେ ଏକତ୍ରିତ ହୋଇଥିବା ମହିଳା ଓ ପୁରୁଷମାନେ ଦୀପ ଧରି ଓଡ଼ିଶାର ଜୀବନରେଖା ମହାନଦୀର ପୂଜା ଓ ଆଳତି କରିଥିଲେ। ଛତିଶଗଡ ମହାନଦୀ ପାଣିକୁ ଅଟକାଇବା ପରେ ଏହାକୁ ନେଇ ଆନ୍ଦୋଳନକୁ ଜୋରଦାର କରିଛି ବିଜେଡି।

ସମ୍ବନ୍ଧିତ ଖବର