ମାନସ ମଙ୍ଗରାଜଙ୍କୁ ବିଜେଡି ସଂଗଠନ ଦାୟିତ୍ୱ

ଭୁବନେଶ୍ୱର: ନିକଟରେ ବିଜେଡିରେ ଯୋଗ ଦେଇଥିବା ଯୁବ ନେତା ମାନସ ମଙ୍ଗରାଜଙ୍କୁ ଆଜି ମୁଖ୍ୟମନ୍ତ୍ରୀ ଦଳୀୟ ସଂଗଠନ ଦାୟିତ୍ୱ ଦେଇଛନ୍ତି। ତାଙ୍କୁ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ପାଇଁ ସହପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି। ଶ୍ରୀ ମଙ୍ଗରାଜ ଦଳର ମିଡିଆ ପ୍ୟାନେଲିଷ୍ଟ ଭାବେ ମଧ୍ୟ କାର୍ଯ୍ୟ କରିବେ। ସେହିଭଳି ରାଜେନ୍ଦ୍ର ଆଚାର୍ଯ୍ୟଙ୍କୁ କୋରାପୁଟ ଜିଲ୍ଲାର ଅନ୍ୟତମ ସହପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଥିବା ଦଳର ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର