ଓଡ଼ିଶା ଛୁଇଁଲା ମୌସୁମୀ, ୨୪ ଘଣ୍ଟା ମଧ୍ୟରେ ସାରା ଓଡ଼ିଶାକୁ ପହଞ୍ଚିବ

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଓଡ଼ିଶା ଛୁଇଁଛି। ଦକ୍ଷିଣ ଓଡ଼ିଶାର ମାଲକାନଗିରି ଜିଲ୍ଲାର କିଛି ସ୍ଥାନକୁ ମୌସୁମୀ ବାୟୁ ସ୍ପର୍ଶ କରିଛି। ସେହିଭଳି ଆଗାମୀ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟକୁ ମୌସୁମୀ ଛୁଇଁବା ଆଶା କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଓଡ଼ିଶାକୁ ଜୁନ ୧୦ରେ ମୌସୁମୀ ବାୟୁ ଛୁଇଁବାର ଥିଲା କିନ୍ତୁ ସ୍ୱାଭାବିକ ସମୟର ୨ ଦିନ ପୂର୍ବରୁ ଓଡ଼ିଶାକୁ ମୌସୁମୀ ଛୁଇଁଛି। ମୌସୁମୀ ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇ ଯାଇଛି। ଦକ୍ଷିଣ ଓଡ଼ିଶାକୁ ମୌସୁମୀ ଛଇଁବା ପୂର୍ବରୁ ଆଜି ଭୋରରୁ ରାଜ୍ୟର କିଛି ସ୍ଥାନରେ ଅଳ୍ପ ପରିମାଣରେ ବର୍ଷା ହୋଇଛି। ଉପକୂଳ ଓଡ଼ିଶାର ଆକାଶରେ ପାଗ ଦିନସାରା ମେଘାଚ୍ଛନ୍ନ ରହିଛି।

ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ଏହାରି ପ୍ରଭାବରେ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଅବପାତ ରୂପ। ଏହା ପରେ ଓଡ଼ିଶାର କିଛି ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ସମ୍ବନ୍ଧିତ ଖବର