ବ୍ରହ୍ମପୁର: ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜି ଗଂଜାମ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଦଣ୍ଡ ବିଧାନ କରିଛନ୍ତି। ସବ୍ୟସାଚୀ ପଣ୍ଡାଙ୍କ ବିରୋଧରେ ଚାଲିଥିବା ଦେଶଦ୍ରୋହ ମାମଲାର ଶୁଣାଣି କରି ଗଂଜାମ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ସଂଜୟ କୁମାର ସାହୁ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଏହାଛଡ଼ା ତାଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଓ ଦେଶଦ୍ରୋଦ ମାମଲାରେ ତାଙ୍କୁ ଅଦାଲତ ଏହି ଦଣ୍ଡ ଶୁଣାଇଛନ୍ତି। ଏକଥା ସୂଚନା ଦେଇଛନ୍ତି ସରକାରୀ ଓକିଲ ଜ୍ଞାନେନ୍ଦ୍ର ଜେନା।
Sambad is now on WhatsApp
Join and get latest news updates delivered to you via WhatsApp
ଏଠାରେ ସୂଚନାଯୋଗ୍ୟ ଯେ ଗତ ୨୦୧୪ ଜୁଲାଇ ୧୭ ତାରିଖରେ ସବ୍ୟସାଚୀ ପଣ୍ଡାଙ୍କୁ ପୁଲିସ ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ମଙ୍ଗଳବାରମ୍ ପେଟା ସାହିରେ ଥିବା ତାଙ୍କ ଭଡ଼ା ଘରୁ ଗିରଫ କରିଥିଲା। ସେ ଏବେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବନ୍ଦୀ ଜୀବନ ବିତାଉଛନ୍ତି। ଏହି କାରାଦଣ୍ଡାଦେଶ ବିରୋଧରେ ସେ ଉପର କୋର୍ଟରେ ଅପିଲ କରିବେ ବୋଲି ସବ୍ୟସାଚୀ ପଣ୍ଡାଙ୍କ ଓକିଲ କହିଛନ୍ତି।