ଭୁବନେଶ୍ୱର: ବଦଳିଲା ନିଷ୍ପତ୍ତି; ଆସନ୍ତାକାଲି ନୁହେଁ, ଜୁନ୍ ୨୬ରେ ଖୋଲିବ ସ୍କୁଲ୍। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି। ରାଜ୍ୟ ସରକାର ସ୍କୁଲଗୁଡ଼ିକର ଗ୍ରୀଷ୍ମ ଛୁଟି ଏକ ସପ୍ତାହ ବଢ଼ାଇଛନ୍ତି ଓ ଜୁନ ୨୫ ତାରିଖ ଯାଏଁ ଛୁଟି ବଢ଼ାଇଛନ୍ତି ବୋଲି ବିଭାଗୀୟ ସଚିବ ଘୋଷଣା କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ସ୍କୁଲଗୁଡ଼ିକର ଖରା ଛୁଟି ଅବଧି ବଢ଼ିବ ନାହିଁ ବୋଲି ମଙ୍ଗଳବାର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଥିଲେ ଓ ପୂର୍ବ ନିର୍ଦ୍ଧାରିତ ୧୯ ତାରିଖରେ ହିଁ ସ୍କୁଲ ଖୋଲୁଥିବା ନେଇ ଗଣଶିକ୍ଷା ମନ୍ତ୍ରୀ ଗଣମାଧ୍ୟମକୁ କହିଥିଲେ । ଫଳରେ ସ୍କୁଲର ଖରାଛୁଟି ବଢ଼ିବା ନେଇ ହେଉଥିବା ଚର୍ଚ୍ଚାର ଅନ୍ତ ଘଟିଛି।
ଉଲ୍ଲେଖଯୋଗ୍ୟ, ଏଇ କିଛିଦିନ ହେବ ଜୁନ୍ ୨୫ପର୍ଯ୍ୟନ୍ତ ସ୍କୁଲ ଛୁଟି ବଢ଼ିବା ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ କ୍ଲିପିଂ ଘୁରି ବୁଲୁଥିଲା। ଗତ ସପ୍ତାହରେ ଏହା ଉପରେ ମନ୍ତବ୍ୟ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର କହିଥିଲେ ଯେ, ଖରା ଛୁଟି ବଢ଼ିବା ଖବର ଗୁଜବ ଅଟେ। ଖରା ଛୁଟି ବଢ଼ିବ କି ନାହିଁ ସେନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।