ପିପିଲି ପ୍ରସଙ୍ଗ : ପୁଣି ତୁଣ୍ଡ ନେଲା ମୁଣ୍ଡ, ବିଦା ହେଲେ ମହାରଥୀ

ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ, ଶଶୀଙ୍କୁ କୃଷି ଓ ମତ୍ସ୍ୟ ପଶୁପାଳନ ବିଭାଗ, ରମେଶଙ୍କୁ ପଞ୍ଚାୟତିରାଜ ଅତିରିକ୍ତ ଦାୟିତ୍ବ

ଭୁବନେଶ୍ବର : ବିବାଦୀୟ ତୁଣ୍ଡ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟର ଆଉ ‌ଗୋଟିଏ ମୁଣ୍ଡ ଯାଇଛି। ବହୁଚର୍ଚ୍ଚିତ ବେବିନା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦ୍ବିତୀୟ ଥର ପାଇଁ ଆଜି କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ନିଜ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ପରେ ଶ୍ରୀ ମହାରଥୀ ଇସ୍ତଫା ଦେଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

ତେବେ ନୈତିକତାର ଦ୍ବାହି ଦେଇ ଶ୍ରୀ ମହାରଥୀ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପଠାଇଥିବା ଦାବି କରିଛନ୍ତି। ଗଣମାଧ୍ୟମକୁ ନିଜର ପ୍ରଥମ ପ୍ରତିକ୍ରିୟା ଦେଇ କହିଛନ୍ତି, ମୁଁ ବିଜେଡି ଦଳର ଜଣେ ସଚ୍ଚୋଟ କର୍ମୀ। ୩୫ ବର୍ଷର ରାଜନୈତିକ ଜୀବନରେ ୬ ଥର ବିଧାୟକ ହୋଇଛି। ଦଳ ଉପରେ ମୋ ଯୋଗୁଁ ଚାପ ନପଡ଼ୁ ସେଥିପାଇଁ ନିଜ ଇଚ୍ଛାରେ ଇସ୍ତଫା ଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡି ପ୍ରତି ମୋର ଗଭୀର ସମ୍ମାନ ରହିଛି ବୋଲି ମଧ୍ୟ କହିଛନ୍ତି ଶ୍ରୀ ମହାରଥୀ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିେନବା ସହିତ ରାଜ୍ୟପାଳଙ୍କ ନିକଟକୁ ପଠାଇ ଦେଇଥିବା ଜଣାପଡିଛି। ଏଥିସହିତ ଦୁଇ ଜଣ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରେ ପ୍ରଦୀପ ମହାରଥୀଙ୍କ ହାତରେ ଥିବା ବିଭାଗକୁ ବାଣ୍ଟି ଦିଆଯାଇଛି। ମୁଖ୍ୟମନ୍ତ୍ରୀ କୃଷି ଓ ମତ୍ସ୍ୟ, ପଶୁପାଳନ ବିଭାଗ ଅତିରିକ୍ତ ଭାବେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ େଦଇଛନ୍ତି। ସେହିପରି ରମେଶ ମାଝିଙ୍କୁ ତାଙ୍କ ମୂଳ ବିଭାଗ ସହିତ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି।

୨୦୧୨ ମସିହାରେ ଶ୍ରୀ ମହାରଥୀ ପିପିଲି ଗଣଦୁଷ୍କର୍ମ ମାମଲାରେ ଇସ୍ତଫା ଦେଇଥିେଲ। ପରେ ୨୦୧୪ରେ ନିର୍ବାଚନ ଲଢି ସାଧାରଣ େଲାକଙ୍କ ଆସ୍ଥାଭାଜନ େହବା ପରେ ତାଙ୍କୁ ପୁଣି ଥରେ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିଲା।

ଉଲ୍ଲେଖଯୋଗ୍ୟ, ବହୁ ଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୨୪ ତାରିଖରେ ତଳ େକାର୍ଟ େଦଇଥିବା ରାୟକୁ ଆୟୁଧ କରି ଦୁଇ ଆଡୁ େଘରିଯାଇଥିଲେ କଂଗ୍ରେସ ଓ ବିେଜପି। କେତେବେଳେ ନବୀନ ନିବାସ ମାଡିଯାଉଥିଲେ ତ ଆଉ କେବେ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ସରକାରୀ ଘର ଉପରେ ଟମାଟୋ ଅଣ୍ଡାମାଡ଼ େହଉଥିଲା। ଏମିତି ପରିସ୍ଥିତି ସୃଷ୍ଟି କରିଥିଲେ େଯ ବିେଜଡି େନତାମାନଙ୍କୁ ସୁରକ୍ଷା େଯାଗାଇବା କାଠିକର ପାଠ େହାଇପଡୁଥିଲା। ତା ସତ୍ତ୍ବେ ଶ୍ରୀ ମହାରଥୀଙ୍କ ପ୍ରତି ବିପଦ ଆସିନଥିଲା।

ହେଲେ ଗତ ୨୪ ଘଣ୍ଟା ଭିତରେ ଚିତ୍ର ଓଲଟପାଲଟ େହାଇଯାଇଥିଲା। ଶ୍ରୀ ମହାରଥୀଙ୍କ ପ୍ରତି ବିପଦ ମାଡି ଆସିଥିଲା। କାରଣ େଯଉଁ ପ୍ରସଙ୍ଗକୁ ଆୟୁଧ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ନିର୍ବାଚନ କାର୍ଡ େଖଳୁଛନ୍ତି, ସେହି ମହିଳା କାର୍ଡକୁ ଛୁଇଁ ଦେଇଥିଲେ େଖାଦ ପ୍ରଧାନମନ୍ତ୍ରୀ। ଶନିବାର ବାରିପଦା ସଭାରେ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେବା ବେଳେ ପରୋକ୍ଷରେ ପିପିଲି ପ୍ରସଙ୍ଗ ଉଠାଇଥିଲେ। କହିଥିଲେ, ଧାର୍ମିକନଗରୀ ପୁରୀରେ ୭/୮ ବର୍ଷ ତଳେ ଗୋଟିଏ ଝିଅ ସହ ଯାହା ହୋଇଥିଲା ଏଠିକାର ପ୍ରଶାସନ ତାକୁ ନ୍ୟାୟ ଦେଇପାରିଲା ନାହିଁ। ଠିକ ଭାବରେ ଯାଞ୍ଚ କରା ନ ଯିବା ଫଳରେ ମହିଳାମାନଙ୍କ ପକ୍ଷରୁ ଯେଉଁ ବିରୋଧାଭାବ ଜାଗ୍ରତ ହୋଇଛି, ତାହା ହେବା ସ୍ୱାଭାବିକ। ସରକାରଙ୍କୁ ମୋର ଅନୁରୋଧ, ଏ ପ୍ରସଙ୍ଗକୁ ଗୁରୁତ୍ବର ସହ ନେଇ ଯାଞ୍ଚ କରାଯାଉ। ଫଳରେ ଏହି କାର୍ଯ୍ୟ କରୁଥିବା ରାକ୍ଷସମାନଙ୍କ ପ୍ରତି କଡ଼ା ବାର୍ତ୍ତାଯିବ।

ପ୍ରଧାନମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ମୁଖ୍ୟମନ୍ତ୍ରୀଙ୍କର ମହିଳାଙ୍କ ସୁରକ୍ଷା ପ୍ରତି ଥିବା ଆନ୍ତରିକତା ଉପରେ ପ୍ରଶ୍ନ ଚିହ୍ନ ଆଙ୍କିଦେଇଥିଲା। ଏହାର ପ୍ରଥମ ଝଲକ ମିଳିଥିଲା ଗତକାଲି ବିଧାନସଭାରେ ପରିସରରେ। ଚାଷୀ ପ୍ରସଙ୍ଗକୁ ନେଇ ବିେଜଡି େନତାମାେନ ନୂଆଦିଲ୍ଲୀରେ ଆନ୍ଦୋଳନ କରିବା ଲାଗି ଗତକାଲି ବିଧାନସଭା ଗାନ୍ଧୀ ମୂର୍ତି ତଳେ ଏକାଠି େହାଇଥିେଲ। ଏହି ସୁେଯାଗରେ ଗଣମାଧ୍ୟମ ପ୍ରତିନିଧି େଯତେବେଳେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ଉପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ଲୋଡିଥିଲେ, େସତେବେଳେ ନବୀନଙ୍କ ପ୍ରତିକ୍ରିୟା ହିଁ ସୂଚାଇଥିଲା େଯ ଖୁବ୍ ଶୀଘ୍ର କିଛି େଗାଟାଏ କଠୋର ନିଷ୍ପତ୍ତି ଶୁଣାଇବା ଲାଗି ସମ୍ଭବତଃ ସେ ମନସ୍ଥିର କରିସାରିଲେଣି। ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ମାମଲା ପାଇଁ ସରକାର ତତ୍ପର ଅଛନ୍ତି। ରାଜ୍ୟ ସରକାର ଏ ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।

ଏହାର ୨୪ ଘଣ୍ଟା ବିତିନି, ଆଜି ସକାଳୁ ସକାଳୁ ସରକାରର ଶୀର୍ଷସ୍ତରରେ ଆରମ୍ଭ ହୋଇଯାଇଥିଲା ତର୍ଜମା। ଆସନ୍ତାକାଲି ନୂଆଦିଲ୍ଲୀ ଗସ୍ତରେ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗକୁ ପୂର୍ଣ୍ଣଛେଦ ପକାଇବାକୁ ଚାହିଁଥିଲେ। ଆଉ ଏହାକୁ କାର୍ଯ୍ୟକାରୀ କରିବାକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶ୍ରୀ ମହାରଥୀଙ୍କୁ ଇସ୍ତଫା ଦେବା ପାଇଁ ସଙ୍କେତ ଦିଆଯାଇଥିଲା। ପାଖାପାଖି ୨ଟା େବଳେ ଶ୍ରୀ ମହାରଥୀ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଥିଲେ। ଯଦିଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରରେ ଗତ ୧୯ ବର୍ଷ ମଧ୍ୟରେ ପାଖାପାଖି ତିନି ଡଜନ ମନ୍ତ୍ରୀ ଇସ୍ତଫା ଦେଲେଣି, େଗାଟିଏ ପ୍ରସଙ୍ଗରେ ଦୁଇ ଥର ଇସ୍ତଫା ଦେବାରେ ଶ୍ରୀ ମହାରଥୀ େହଉଛନ୍ତି ପ୍ରଥମ।

ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତ ଭାଇ ପ୍ରଶାନ୍ତ ପ୍ରଧାନ ଓ ସୁକାନ୍ତ ପ୍ରଧାନଙ୍କୁ ଭୁବନେଶ୍ୱର ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ ଦୋଷମୁକ୍ତ କରିଥିଲେ। ଏହା ପରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ମହାରଥୀ କୋର୍ଟ ରାୟକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। କହିଥିଲେ, କ୍ଷୀର କ୍ଷୀର, ପାଣି ପାଣି େହାଇଯାଇଛି। ସତ୍ୟର ଜୟ ହୋଇଛି ଓ ପୀଡ଼ିତାଙ୍କୁ ନ୍ୟାୟ ମିଳିଛି ବୋଲି ସେ ଦେଇଥିବା ମନ୍ତବ୍ୟ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ େହାଇଥିଲା।

ବିରୋଧୀ ବିଜେପି ଓ କଂଗ୍ରେସ ଏହାକୁ ନେଇ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ଉଭୟ ଦଳର ମହିଳା ମୋର୍ଚ୍ଚା ମହାରଥୀଙ୍କ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଥିଲେ। ଉଭୟ ଦଳର ଶହ ଶହ ମହିଳା କର୍ମୀ ରାଜରାସ୍ତାକୁ ଓହ୍ଲାଇ ମନ୍ତ୍ରୀଙ୍କ ଇସ୍ତଫା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଚାପ ପକାଇଥିଲେ। ପ୍ରାୟ ପ୍ରତିଦିନ ଉଭୟ ଦଳର ମହିଳା କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ଉଦ୍ୟମ କରିବା ସହ ପୁଲିସ୍‌ ସହ ମୁହାଁମୁହିଁ ହୋଇଥିଲେ। ।

ଅବଶ୍ୟ ଶ୍ରୀ ମହାରଥୀ ଏହି ପ୍ରସଙ୍ଗରେ କ୍ଷମା ମାଗିଛନ୍ତି। କିନ୍ତୁ ତାହା ଯଥେଷ୍ଟ େହାଇନଥିଲା। ବରଂ ତାଙ୍କୁ ନିର୍ବାଚନ ବର୍ଷରେ ମନ୍ତ୍ରୀ ପଦ ହରାଇବାକୁ ପଡିଛି।

ପୂର୍ବରୁ ବ୍ରାହ୍ମଣଙ୍କ ସଂପର୍କରେ ମନ୍ତବ୍ୟ ରଖି ମନ୍ତ୍ରୀ ପଦ ହରାଇଥିଲେ ବିେଜଡିର ବରିଷ୍ଠ େନତା ଡାକ୍ତର ଦାେମାଦର ରାଉତ। ଆଜି ଶ୍ରୀ ମହାରଥୀ ଏହି ତାଲିକାରେ େଯାଡି େହାଇଯାଇଛନ୍ତି।

ସମ୍ବନ୍ଧିତ ଖବର