ବାଇକ୍‌ରେ ଯାଉଥିବା ବେଳେ ପକେଟରେ ଫାଟିଗଲା ମୋବାଇଲ

କେନ୍ଦ୍ରାପଡ଼ା: ମୋବାଇଲ ବିସ୍ଫୋରଣର ଅନେକ ଖବର ସାମ୍ନାକୁ ଆସିଥାଏ। କିଏ ଫୋନ୍‌ ଚାର୍ଜରେ ବସାଇଲା ବେଳେ ତ କିଏ ଫୋନ୍‌ରେ କଥା ହେଉଥିବା ବେଳେ ମୋବାଇଲ ବ୍ୟାଟେରି ଫାଟି ବିସ୍ଫୋରଣ ହେବା ଖବର ଆମେ ଶୁଣିଛେ। ଏହି କ୍ରମରେ ବୁଧବାର କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି।

TechBick

ଜଣେ ବ୍ୟକ୍ତି ବାଇକରେ ଯାଉଥିବା ବେଳେ ତାଙ୍କ ପକେଟରେ ଥିବା ମୋବାଇଲ ଫୋନ୍‌ଟି ହଠାତ ଫାଟିଯାଇଥିଲା। ଏହି ବିସ୍ଫୋରଣରେ ଯୁବକ ଜଣକ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସ୍ଥାନୀୟଲୋକେ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ କେନ୍ଦ୍ରପଡ଼ା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଗୁରୁତର ଆହତ ଯୁବକଙ୍କ ନାମ ଚନ୍ଦ୍ରମଣି ସେଠୀ ଓ ତାଙ୍କ ଘର ମହାଦେବପାଟଣା ଗାଁରେ ବୋଲି ଜଣାପଡ଼ିଛି।

Asianet Newsable

ସୂଚନାଯୋଗ୍ୟ, ଗୁରୁତର ଆହତ ହୋଇଥିବା ଚନ୍ଦ୍ରମଣି ସେଠୀ ଆଜି ଅପରାହ୍ନରେ ବାଇକରେ ଯାଉଥିଲେ। ଯାଉଥିବା ସମୟରେ ତାଙ୍କ ବାଇକଟି ଯେମିତି ଗରାପୁର୍‌ସ୍ଥିତ ଭିଜିଲାନ୍‌ସ କାର୍ଯ୍ୟାଳୟ ନିକଟରେ ପହଞ୍ଚିଛି ହଠାତ ତାଙ୍କ ପ୍ୟାଣ୍ଟ ପକେଟରୁ ଧୁଆଁ ବାହାରିଥିଲା। ଚନ୍ଦ୍ରମଣି ସେଠୀ କିଛି ବୁଝିବା ପୂର୍ବରୁ ପକେଟରେ ଥିବା ଫୋନ୍‌ଟି ହଠାତ ଫାଟି ଯାଇଥିଲା। ଏହି ବିସ୍ଫୋରଣରେ ଭୟଭୀତ ହୋଇ ସେଠୀ ବାଇକରୁ ତଳକୁ ପଡ଼ି ଯାଇଥିଲେ। ବିସ୍ଫୋରଣରେ ତାଙ୍କ ପ୍ୟାଣ୍ଟ ପକେଟ ପୋଡି ଯିବା ସହିତ ଜଙ୍ଘ ବି ପୋଡି ଯାଇଥିଲା। ଏଥସହିତ ସେ ବାଇକ୍‌ରୁ ଭୟଭୀତ ହୋଇ ଖସି ପଡ଼ିବାରୁ ତାଙ୍କ ହାତ ଓ ଗୋଡରେ ବି ଆଘାତ ଲାଗିଥିଲା।

ସମ୍ବନ୍ଧିତ ଖବର