ଶ୍ରୀକ୍ଷେତ୍ରରେ ନେପାଳ ରାଜା

ଆଜି ଶଙ୍କରାଚାର୍ଯ୍ୟଙ୍କ ପଟ୍ଟାଭିଷେକ ସମାରୋହ ଉଦ୍‌ଘାଟନ କରିବେ

ପୁରୀ : ଦୀର୍ଘ ୧୫ ବର୍ଷ ପରେ ପୁଣି ପୁରୀରେ ପହଞ୍ଚିଛନ୍ତି ନେପାଳ ନରେଶ ଜ୍ଞାନେନ୍ଦ୍ର ବୀରବିକ୍ରମ ଶାହା ଦେବ। ଭୁବନେଶ୍ୱରରୁ ପୁରୀ ଯିବା ବାଟରେ ସେ ସାକ୍ଷୀଗୋପାଳ ମନ୍ଦିର ଦର୍ଶନ କରିଛନ୍ତି। ଏହାପରେ ସନ୍ଧ୍ୟା ୬ଟା ୩ ମିନିଟରେ ହୋଟେଲ ମେ’ ଫେୟାରରେ ପହଞ୍ଚିବା ପରେ ନରେଶଙ୍କୁ ସେଠାରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ୩ ଦିନ ପାଇଁ ଏଠାରେ ସେ ରହିବେ। ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପଟ୍ଟାଭିଷେକର ପଞ୍ଚବିଂଶତି ରଜତ ଜୟନ୍ତୀ ସମାରୋହକୁ ସେ ଉଦ୍‌ଘାଟନ କରିବେ। ଏଠାରେ ଆୟୋଜିତ ହେଉଥିବା ବିଦ୍ଵତ ସଂଗୋଷ୍ଠୀ କାର୍ଯ୍ୟକ୍ରମରେ ସେ ଉଦ୍‌ବୋଧନ ଦେବେ। ସେହିଭଳି ୧୦ ତାରିଖ ସନ୍ଧ୍ୟାରେ ହେବାକୁ ଥିବା ଉଦ୍‌ଯାପନୀ ସନ୍ଧ୍ୟାରେ ସେ ମଧ୍ୟ ମୁଖ୍ୟଅତିଥି ରହିଛନ୍ତି। ୧୧ତାରିଖ ଶ୍ରୀମନ୍ଦିର ରତ୍ନ ସିଂହାସନରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବା ପରେ ସ୍ୱଦେଶ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର