ଭୁବନେଶ୍ବର : ଭୁବନେଶ୍ବର ବିମାନ ବନ୍ଦରରେ ଲାଗିଲା ଏକ ନୂଆ ରାଡାର୍। ୪ କୋଟି ଟଙ୍କା ବିନିମୟରେ ଲାଗିଥିବା ଏହି ରାଡାର୍ ମାଧ୍ୟମରେ ବିମାନ ଚଳାଚଳ, ଗତିବିଧି, ଲ୍ୟାଣ୍ଡିଂ ଓ ଉଡ଼ାଣ ଉପରେ ନଜର ରଖି ହେବ। ଏଭଳି ରାଡାର୍ ବିଶେଷକରି ବିମାନ ଅପହରଣ ଓ ବିମାନରେ କୌଣସି ଅଘଟଣ ଘଟିଲେ ସୂଚନା ଦେଇ ପାରିବ। ଏହାକୁ ଉଦ୍ଘାଟନ କରିଛନ୍ତି, ବିମାନବନ୍ଦରର ନିର୍ଦେଶକ ଅମିତ ବାନାର୍ଜୀ ଓ ଏସ୍ପି ଯାଦବ ପ୍ରମୁଖ। ଏହି ଅବସରରେ ବିମାନବନ୍ଦରର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।