ଭୁବନେଶ୍ୱର: ଦୁର୍ଘଟଣାରେ ଯୁବକ ମୃତ, ହଂସପାଳ ନିକଟରେ ରାସ୍ତାରୋକ

ଭୁବନେଶ୍ୱର: ଆଜି ସକାଳ ପ୍ରାୟ ସାଢ଼େ ୯ଟା ବେଳେ କଟକ- ଭୁବନେଶ୍ୱର ରାସ୍ତାର ବାଲିଅନ୍ତା ଥାନା ଅନ୍ତର୍ଗତ ହଂସପାଳ ନିକଟରେ ଏକ ଟ୍ରକ୍‌ ଦୃତଗତିରେ ଆସି ଏକ ବାଇକ ଚାଳକଙ୍କୁ ଧକ୍କା ଦେବା ପଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ସ୍ଥାନୀୟ ଲୋକେ ହଂସପାଳ ନିକଟରେ ରାସ୍ତାରୋକ କରିଥିବାରୁ କଟକ- ଭୁବନେଶ୍ୱର ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ ରହିଛି।
ମିଳିଥିବା ସୂଚନା ଅନୁଯାୟୀ, ହଂସପାଳ ଛକରେ ନିୟୋଜିତ ଟ୍ରାଫିକ ପୁଲିସ ଗାଡ଼ି ଚଳାଚଳ ନିୟନ୍ତ୍ରଣ କରୁଥିବା ବେଳେ କଟକରୁ ଭୁବନେଶ୍ୱର ଆସୁଥିବା ଯାତ୍ରୀଙ୍କୁ ଲାଲ ସିଗ୍‌ନାଲ ଦେଇ ଅଟକାଇଥିଲେ। ଟ୍ରାଫିକ ସିଗନାଲ ଦେଖି ବାଇକ୍‌ରେ ଆସୁଥିବା ଜଣେ ଯୁବକ ଅଟକି ଥିବା ବେଳେ ପଛରୁ ଏକ ଟ୍ରକ୍‌ ଦୃତଗତିର ଆସି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଯୁବକ ଜଣକ ଛିଟିକି ପଡ଼ିବାରୁ ଘଟଣାସ୍ଥଳରେ ଯୁବକଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ସେଠାରେ ଲୋକେ ରାସ୍ତାରୋକ କରିଛନ୍ତି। ଖବର ପାଇ ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛନ୍ତି।

ସମ୍ବନ୍ଧିତ ଖବର