ନୂଆପଡ଼ା: ଟ୍ରେନ୍‌ ଆଗକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା

ନୂଆପଡ଼ା: ରବିବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ନୂଆପଡ଼ା ରେଳ ଷ୍ଟେସନ୍‌ ନିକଟସ୍ଥ ହଂସପୁରୀ ଗ୍ରାମ ନିକଟରେ ଜଣେ ମହିଳା ଚଳନ୍ତା ରେଳଗାଡ଼ି ଆଗକୁ ଡେଇଁ ଜୀବନ ହାରିଛନ୍ତି।

ହଂସପୁରୀ ଗ୍ରାମର ରୁକ୍ମିଣୀ ସାହୁ ନାମ୍ନୀ ୪୫ ବର୍ଷ ବୟସ୍କା ମହିଳା ବିଶାଖାପଟନମରୁ ଦୁର୍ଗ ଅଭିମୁଖେ ଯାଉଥିବା ପାସେଞ୍ଜର୍‌ ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଥିଲେ। ଫଳରେ ଟ୍ରେନ୍‌ ତାଙ୍କୁ ଧକ୍କା ଦେଇ ତଳକୁ ପକାଇ ଦେବା ସହ ତାଙ୍କ ଉପରେ ମାଡ଼ି ଚାଲି ଯାଇଥିଲା।

ମୃତା ମହିଳାଙ୍କ ସ୍ୱାମୀ ଘୋଷରାମ ସାହୁ କହନ୍ତି ଯେ ୬ ମାସ ହେବ ତାଙ୍କ ପତ୍ନୀଙ୍କର ମାନସିକ ଅବସ୍ଥା ଠିକ୍‌ ନ ଥିଲା।

ଘଟଣା ସଂକ୍ରାନ୍ତରେ ଜିଆର୍‌ପିକୁ ଖବର ଦିଆଯାଇଛି । ସେମାନେ ଆସିଲେ ବିଖଣ୍ଡିତ ଶବ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ ପଠାଯିବ।

ସମ୍ବନ୍ଧିତ ଖବର