କଡ଼ା ଆଭିମୁଖ୍ୟ ଗ୍ରହଣ କଲା ଏଆଇସିସି : ନିରଞ୍ଜନଙ୍କୁ ପରିବର୍ତନ କରାଯିବାର ପ୍ରଶ୍ନ ଉଠୁନାହିଁ

ବିଶୃଙ୍ଖଳାକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ: ଜିତେନ୍ଦ୍ର, ନିରଞ୍ଜନଙ୍କ ସପକ୍ଷରେ ରାଜଧାନୀରେ ଏକାଠି ହେଲେ ନେତା

ନୂଆଦିଲ୍ଲୀ/ଭୁବନେଶ୍ବର : ପ୍ରଦେଶ କଂଗ୍ରେସ ସଭାପତି ପରିବର୍ତନ ପ୍ରସଙ୍ଗ େନଇ ରାଜ୍ୟ ରାଜନୀତିରେ ଛକାପଞ୍ଝା ଲାଗି ରହିଥିବା ବେଳେ ଆଜି ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ଏ ନେଇ କଡ଼ା ଆଭିମୁଖ୍ୟ ରଖିଛନ୍ତି। ଶୁଣାଇଛନ୍ତି ଯେ ନିରଂଜନ ପଟ୍ଟନାୟକ ପିସିସି ସଭାପତି ରହିବେ। ଏକଥା ବି କହିଛନ୍ତି ଯେ ବିଶୃଙ୍ଖଳା ସୃଷ୍ଟି କରୁଥିବା ନେତାମାନଙ୍କ ଗତିବିଧି ଉପରେ ଏଆଇସିସି ନଜର ରଖିଛି। ଏଭଳି ନେତାଙ୍କ ତାଲିକା ମଗାଯାଇଛି। ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜିେତନ୍ଦ୍ରଙ୍କ ଏଭଳି ଆଭିମୁଖ୍ୟ ପରେ କଂଗ୍ରେସ ଅନ୍ତଃକନ୍ଦଳ ପ୍ରକ୍ରିୟା ଶିଥିଳ ପଡିବ ନା ଉଗ୍ର ରୂପ ନେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ପୂର୍ବରୁ ନିରଞ୍ଜନ ପଟ୍ଟନାୟକ ନିଜେ ଏ ପ୍ରସଙ୍ଗରେ କହିଥିଲେ େଯ ସେ ମୁକ୍ତି ଚାହାନ୍ତି। ଏପରିକି ଯଦି କିଏ ସଭାପତି େହବା ପାଇଁ ଆଗ୍ରହୀ ସେ ନିଜେ ତାଙ୍କ ନାମ ହାଇକମାଣ୍ଡଙ୍କୁ ସୁପାରିସ କରିବେ। ଏହା ସତ୍ତ୍ବେ କଂଗ୍ରେସର େଗାଟିଏ େଗାଷ୍ଠୀ ଯୁବ ନେତାଙ୍କୁ ସଭାପତି କରିବା ଦରକାର େବାଲି କହି ବାରବାଟୀ-କଟକ ବିଧାୟକ ମହମ୍ମଦ େମାକିମଙ୍କ ନାମ ଚର୍ଚ୍ଚାକୁ ଆଣିଥିଲେ।

ଏହି େଗାଷ୍ଠୀ ଇତିମଧ୍ୟରେ ଦୁଇ ଦୁଇଟି ବୈଠକ କରିଥିବା ବେଳେ ଆଜି ଆଉ କିଛି େନତା ଭୁବନେଶ୍ବରର ଏକ େହାଟେଲରେ ଏକାଠି େହାଇ ନିରଞ୍ଜନ ପଟ୍ଟନାୟକଙ୍କୁ ସଭାପତି ପଦରୁ ନ ବଦଳାଇବା ପାଇଁ ନିଷ୍ପତ୍ତି େନଇଛନ୍ତି। ପାଖାପାଖି ୬୦ରୁ ଅଧିକ େନତା ଆଜି ଏକାଠି େହାଇଥିଲେ, େଯଉଁଥିରେ ଛାତ୍ର, ଯୁବ ଓ ମହିଳା କଂଗ୍ରେସ େନତ୍ରୀ ମଧ୍ୟ ସାମିଲ ଥିଲେ। କିଛି ଜିଲ୍ଲା ସଭାପତି ଓ ଗତ ନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଥିବା ଦେଖିବାକୁ ମିଳିଥିଲା।

ଗଣମାଧ୍ୟମକୁ କଂଗ୍ରେସ େନତା ଶମ୍ଭୁନାଥ ପାଣିଗ୍ରାହୀ ଓ ପଦ୍ମାକର ଗୁରୁ କହିଥିଲେ ଯେ ଆମେ ନିରଞ୍ଜନ ପଟ୍ଟନାୟକଙ୍କ େନତୃତ୍ବକୁ ସମର୍ଥନ କରୁଛୁ। ଦଳର େଗାଟିଏ େଗାଷ୍ଠୀ େଯଭଳି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି, େସ େନଇ ହାଇକମାଣ୍ଡଙ୍କୁ ଅବଗତ କରାଯିବ। େଯଉଁମାନେ ଦଳୀୟ ନେତୃତ୍ବ ବିେରାଧରେ ଯାଉଛନ୍ତି, େସମାନଙ୍କ ବିେରାଧରେ କାର୍ଯ୍ୟାନୁଷ୍ଠାନ େହବା ଦରକାର।

ଦଳରେ ଦୁଇ େଗାଷ୍ଠୀ ଏପରି ମୁହାଁମୁହିଁ ଅବସ୍ଥାକୁ ଆସିଥିବା ବେଳେ ଆଜି ନୂଆଦିଲ୍ଲୀରେ କଂଗ୍ରେସ ଓଡ଼ିଶା ପ୍ରଭାରୀ ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ବେଳେ ଅତ୍ୟନ୍ତ କଡ଼ା ଆଭିମୁଖ୍ୟ େପାଷଣ କରିଛନ୍ତି। ଦଳରେ ରହି ଦଳ ସଂପର୍କରେ ବାହାରେ ବୟାନବାଜି କରୁଥିବା ନେତାମାନଙ୍କୁ ଚରମ ବାଣୀ ଶୁଣାଇଛନ୍ତି, ଯେଉଁମାନେ ବାହାରେ ପ୍ରେସ୍‌ମିଟ୍‌ କରୁଛନ୍ତି ଓ ଦଳର ଶୃଙ୍ଖଳାକୁ ଭଙ୍ଗ କରୁଛନ୍ତି ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କଂଗ୍ରେସ ଏକ ଶୃଙ୍ଖଳିତ ଦଳ। ଯଦି କୌଣସି କର୍ମୀଙ୍କର ଆପତ୍ତି ଅଭିଯୋଗ ରହିଥାଏ ସେମାନେ ରାଜ୍ୟର ପ୍ରଭାରୀ ଅଥବା କଂଗ୍ରେସ ଅଧ୍ୟକ୍ଷାଙ୍କ ସହିତ କଥାବର୍ତ୍ତା କରିପାରିବେ। ଦଳ ବାହାରେ ବୟାନବାଜି କରିବା, ସମ୍ବାଦପତ୍ରମାନଙ୍କରେ ମନ୍ତବ୍ୟ ଦେବା ଅନୁଶାସନହୀନତାକୁ ସଙ୍କେତ େଦଉଛି। ଏଭଳି ବିଶୃଙ୍ଖଳ ଆଚରଣକୁ ଦଳ ଆଦୌ ବରଦାସ୍ତ କରିବ ନାହିଁ।

ସମ୍ବନ୍ଧିତ ଖବର