ଦୁଇଗୁଣ ହେଲା ଅଧ୍ୟାପକଙ୍କ ପାଉଣା, କେବଳ ଏହିମାନଙ୍କୁ ମିଳିବ ଅଧିକ ଟଙ୍କା

ଭୁବନେଶ୍ୱର: ଏଣିକି ପରୀକ୍ଷା ଖାତା ଦେଖୁଥିବା ଅଧ୍ୟାପକଙ୍କୁ ମିଳିବ ଦୁଇ ଗୁଣ ପାଉଣା | ପୂର୍ବରୁ ଖାତା ପିଛା ୧୫ରୁ ୨୦ ଟଙ୍କା ମିଳୁଥିବାବେଳେ ଏବେ ୩୦ ଟଙ୍କା ମିଳିବ | ପରୀକ୍ଷା ସଂସ୍କାର ନେଇ ଉଚ୍ଚଶିକ୍ଷା ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି | ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ପରୀକ୍ଷା ଖାତା ମୂଲ୍ୟାୟନକାରୀଙ୍କ ପାଉଣା ବଢ଼ିବ |

ଖାତା ଦେଖା ପାଇଁ ପୂର୍ବରୁ ୧୫ରୁ ୨୦ ଟଙ୍କା ମିଳୁଥିବାବେଳେ ଏଣିକି ଖାତା ଦେଖା ପାଇଁ ୩୦ ଟଙ୍କା ମିଳିବ | ସେହିପରି ପ୍ରଶ୍ନ ପ୍ରସ୍ତୁତକାରୀଙ୍କ ପାଉଣା ମଧ୍ୟ ବୃଦ୍ଧି କରାଯିବ ବୋଲି ଅରୁଣ ସ୍ପଷ୍ଟ କରିଛନ୍ତି | ପ୍ରଶ୍ନ ପ୍ରସ୍ତୁତକାରୀଙ୍କୁ ୫୦୦ ଟଙ୍କା ମିଳୁଥିବାବେଳେ ଏଣିକି ୧୦୦୦ ଟଙ୍କା ମିଳିବ | ସେହିପରି ୧୫ଟି କଲେଜକୁ ନେଇ ଗୋଟିଏ ମୂଲ୍ୟାୟନ କେନ୍ଦ୍ର ହେବ | ବୈଠକରେ ଠିକ୍‌ ସମୟରେ ପାଠପଢ଼ା, ପରୀକ୍ଷା ଓ ଫଳ ପ୍ରକାଶ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି | ତେବେ ପାଉଣା ବୃଦ୍ଧି ପରେ ସ୍ଥିତିରେ କିଛି ସୁଧାର ଆସୁଛି ନା ନାହିଁ ତାହା ସମୟ ହିଁ କହିବ |

ସମ୍ବନ୍ଧିତ ଖବର