ଭୁବନେଶ୍ୱର: ରାଜ୍ୟରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଉପକୂଳବର୍ତ୍ତୀ ଓଡ଼ିଶା ସହିତ ୧୬ଟି ଜିଲ୍ଲାରେ ଘଡ଼ଘଡ଼ି, ବିଜୁଳି ସହ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଗୁରୁବାର ଆଞ୍ଚଳିକ ପାଣିପାଗକେନ୍ଦ୍ର ପୂର୍ବାନୁମାନ କରିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଖୋର୍ଦ୍ଧା, ପୁରୀ, ନୟାଗଡ଼, ଜଗତସିଂହପୁର, ରାୟଗଡ଼ା, ଗଜପତି ଗଞ୍ଜାମ, କଟକ, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, ଅନୁଗୋଳ ଓ କୋରାପୁଟ ଆଦି ରହିଛି। ଏହି ସମୟରେ ଘୂର୍ଣ୍ଣଝଡ଼ ହେବା ସହ ୫୦ରୁ ୬୦ କି.ମି ବେଗରେ ପବନ ବି ବହି ପାରେ ବୋଲି ଅନୁମାନ କରାଯାଇଛି। ଏହି ବର୍ଷା ହେଲେ ଗରମକୁ ସାମାନ୍ୟ ଆଶ୍ୱସ୍ତି ମିଳିବ ବୋଲି କୁହାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗତକାଲି ଅନୁଗୁଳରେ ସର୍ବାଧିକ ୪୧.୯ଡିଗ୍ରୀ ସେଲସିୟସ୍ ତାପମାତ୍ରା ଥିବା ବେଳେ ସୁନ୍ଦରଗଡ଼ରେ ସର୍ବନିମ୍ନ ୨୨.୫ଡିଗ୍ରୀ ସେଲସିୟସ୍ ତାନମାତ୍ର ରହିଥିଲା। ସେହିପରି ବାଲେଶ୍ୱର, ମୟୁରଭଞ୍ଜ, କୋରାପୁଟ,ଗଞ୍ଜାମ, ବାଲେଶ୍ୱର,ନୟାଗଡ଼, ରାୟଗଡ଼,ନବରଙ୍ଗପୁର, ଯାଜପୁର, କଟକ ଓ ଗଞ୍ଜାମ ଆଦି ସ୍ଥାନରେ ବର୍ଷା ହୋଇଥିଲା।