ନୂଆ ମୋଡ଼ରେ ଓୟୁଏଟି ବିବାଦ

ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଆଡକୁ ଆଙ୍ଗୁଠି

ଭୁବନେଶ୍ବର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) କୁଳପତି ସୁେରନ୍ଦ୍ର ନାଥ ପଶୁପାଳକଙ୍କୁ େନଇ ସୃଷ୍ଟି େହାଇଥିବା ବିବାଦ ନୂଆ େମାଡ଼ ନେଇଛି। ପୂର୍ବରୁ କୁଳପତିଙ୍କ ବିରୋଧରେ ଭିଜିଲାନସ ତଦନ୍ତ ଲାଗି କୁଳାଧିପତି ତଥା ରାଜ୍ୟପାଳଙ୍କ ପ୍ରମୁଖ ସଚିବ ମଧୁସୂଦନ ପାଢୀ ନିର୍ଦେଶ ଦେଇଥିଲେ। ଗତ ଡିସେମ୍ବର ୫ରେ ଏ ନେଇ େସ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିବା ପରେ ଓୟୁଏଟି ଚର୍ଚ୍ଚାରେ ରହିଥିଲା। ବିଶ୍ବବିଦ୍ୟାଳୟର ପୂର୍ବତନ ସହ କୁଳସଚିବଙ୍କ ଅଭିଯୋଗ ଆଧାରରେ ଭିଜିଲାନ୍ସ ତଦନ୍ତ ନିର୍ଦେଶ ଦିଆଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଥିଲା।

କୁଳପତିଙ୍କ ଅବସରର ୩ମାସ ପୂର୍ବରୁ ଏଭଳି ଘଟଣା ବିଭିନ୍ନ ମହଲରେ ଭ୍ରୁକୁଞ୍ଚନ ସୃଷ୍ଟି କରିଥିଲା। ହେଲେ ଏହି ଘଟଣାକୁ େନଇ େଖାଳତାଡ କରିବାରେ ସାଂଘାତିକ କଥା ପଦାକୁ ଆସିଲାଣି। ଏମିତି େଯ ସିଧାସଳଖ ରାଜ୍ୟପାଳ ତଥା କୁଳାଧିପତିଙ୍କ କାର୍ଯ୍ୟାଳୟ ଆଡକୁ ଆଙ୍ଗୁଠି ଉଠିଛି।

ଡିସେମ୍ବର ୫ରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶ୍ରୀ ପାଢ଼ୀ ଚିଠି ଲେଖିବାର ପ୍ରାୟ ମାସେ ଆଗରୁ କୁଳପତି ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ େଲଖିଥିବା ଚିଠି ଚମକାଇ େଦବାଭଳି। ଏଥିରେ ପ୍ରଫେସର ପଶୁପାଳକ େଲଖିଛନ୍ତି େଯ କୁଳାଧିପତିଙ୍କ ପ୍ରମୁଖ ଶାସନ ସଚିବ ବିଶ୍ବବିଦ୍ୟାଳୟ ପରିଚାଳନାରେ ହସ୍ତକ୍ଷେପ କରୁଛନ୍ତି। ବଦଳି, ନୂତନ ଡିନ୍‌ନିଯୁକ୍ତି, ଅଫିସରଙ୍କ ଗସ୍ତ, ଅଧିକାଂଶ ନିଷ୍ପତ୍ତି ବାତିଲ୍‌, ପୁନର୍ବିଚାର ଓ ସ୍ପଷ୍ଟୀକରଣ ପାଇଁ ତାଙ୍କୁ ବାଧ୍ୟ କରାଯାଉଛି। ମୁକ୍ତ ଓ ଅବାଧ ଭାବେ କାର୍ଯ୍ୟ କରିହେଉନାହିଁ େବାଲି କୁଳପତି ଅସହାୟ ପ୍ରକଟ କରିଛନ୍ତି।

ପ୍ରଫେସର ପଶୁପାଳକ ଆହୁରି ଦର୍ଶାଇଥିଲେ, ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢୀଙ୍କ ପତ୍ନୀ ଓୟୁଏଟି ଅଧୀନରେ ଥିବା କମ୍ୟୁନିଟି ସାଇନ୍ସ କଲେଜରେ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି। କର୍ତ୍ତବ୍ୟରେ ଅବହେଳା ପାଇଁ ତାଙ୍କୁ ଅନେକ ଥର ସ୍ପଷ୍ଟୀକରଣ ମଗାଯାଇଛି। ୧୯୯୧ରୁ ଆଜି ପର୍ଯ୍ୟନ୍ତ ପ୍ରମୁଖ ସଚିବଙ୍କ ପତ୍ନୀଙ୍କ ନାଁରେ କର୍ତ୍ତବ୍ୟରେ ଅବହେଳାର ଲମ୍ବା ତାଲିକା ରହିଛି। ଅନିୟମିତତା ନେଇ ଅଫିସିଆଲ୍‌ ରେକର୍ଡ ମଧ୍ୟ ରହିଛି। ଏ େନଇ ତାଙ୍କ ପଦକ୍ଷେପ ଏବେ ବୁେମରାଂ େହାଇଛି। େସ ନିଜେ ଅକ୍ଟୋବର ୧୫ରେ କୁଳାଧିପତିଙ୍କୁ ଭେଟି ସବୁ କଥା ଜଣାଇଥିଲେ ହେଁ, ସ୍ଥିତି ସୁଧୁରୁନାହିଁ େବାଲି େବାଲି କୁଳପତି ଦର୍ଶାଇଥିଲେ।

ମୁଖ୍ୟଶାସନ ସଚିବଙ୍କୁ ପ୍ରଫେସର ପଶୁପାଳକ େଲଖିଥିବା ଚିଠି ଉପରେ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି। ଓଡ଼ିଶାର ଏକ ପୁରୁଖା ତଥା ପ୍ରତିଷ୍ଠିତ ପ୍ରତିଷ୍ଠାନର ସାଂଘାତିକ କଥା ଜାଣିବା ପରେ ମୁଖ୍ୟଶାସନ ସଚିବ କାହିଁକି ଚୁପ ବସିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଏକଥା ଆଣିଥିଲେ କି ନାହିଁ, ଯଦି ଅଣାଯାଇଥିଲା, କି ପଦକ୍ଷେପ ନିଆଯାଇଛି, ତାହା ଜଣାପଡିନାହିଁ। ହେଲେ କୁଳପତିଙ୍କ ଉପରେ ରାଗି ଶ୍ରୀ ପାଢୀ ତାଙ୍କ ବିେରାଧରେ ତଦନ୍ତ ପାଇଁ ସୁପାରିସ କରିଥିବା ଚର୍ଚ୍ଚା େହଲାଣି।

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମାର୍ଚ୍ଚ ୨୭ରେ କୁଳପତି ପ୍ରଫେସର ପଶୁପାଳକଙ୍କ କାର୍ଯ୍ୟକାଳ ସରିବ। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଗତବର୍ଷ ପ୍ରକାଶିତ ଶ୍ରେଷ୍ଠ ଶହେ ବିଶ୍ବବିଦ୍ୟାଳୟ ତାଲିକାରେ ରାଜ୍ୟର ଏକମାତ୍ର ସରକାରୀ ବିଶ୍ବବିଦ୍ୟାଳୟ ଭାବେ ଓୟୁଏଟି ସ୍ଥାନ ପାଇଥିଲା। ଜୁନିଅର ରିସର୍ଚ୍ଚ ଫେଲୋସିପ୍‌ରେ ବି ଏଠାକାର ଛାତ୍ରଛାତ୍ରୀ ସଫଳତା ହାସଲ କରୁଛନ୍ତି। ହେଲେ ଓୟୁଏଟି କ୍ୟାମ୍ପସରେ କିନ୍ତୁ ଛାତ୍ର ରାଜନୀତିକୁ ବଡ଼ ବଡିଆଙ୍କ ରାଜନୀତି ବଳାଇ ଯାଇଛି। ଦୁଇଟି େଗାଷ୍ଠୀଙ୍କୁ େନଇ କ୍ୟାମ୍ପସରେ ଭୟାନକ ପରିସ୍ଥିତି ସୃଷ୍ଟି େହଲାଣି। ତେବେ ସମୁଦାୟ ଘଟଣାରେ ରାଜ୍ୟ ସରକାର କି ପ୍ରକାର ପଦକ୍ଷେପ େନଉଛନ୍ତି, କୁଳାଧିପତି ନିରପେକ୍ଷତା ଅବଲମ୍ବନ କରୁଛନ୍ତି ନା ନାହିଁ, ତା ଉପରେ ଏବେ ସବୁ ମହଲର ନଜର ରହିଛି। ଅନ୍ୟଥା କୁଳପତିଙ୍କ ଏହି ଚିଠି କୁଳାଧିପତିଙ୍କ କାର୍ଯ୍ୟାଳୟର ଗରିମାକୁ ପ୍ରଭାବିତ କରିପାରେ େବାଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର