ଆଇସିୟୁରେ ଯୋଜନା ବୋର୍ଡ ସଦସ୍ୟା କମଳା

କୋରାପୁଟ : ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ କମଳା ପୂଜାରୀ କୋରାପୁଟ ଏସଏଲଏନ ମେଡିକାଲ କଲେଜରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଅଣ୍ଟା ଓ ପିଠିରେ ଆଘାତ ଲାଗିଥିବାରୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି। ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବା ପାଇଁ ଏକ ମେଡିକାଲ ଟିମ ଗଠନ କରାଯାଇଛି। ଏବେ ତାଙ୍କ ଅବସ୍ଥାରେ ଉନ୍ନତି ଆସୁଥିବା ଡାକ୍ତର ସୂଚନା ଦେଇଛନ୍ତି। କଳା ଜିରା ଧାନ ସଂରକ୍ଷଣକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚିତ ହୋଇଥିବା କମଳା ପୂଜାରୀ କିଛି ଦିନ ହେଲା ଅସୁସ୍ଥ ଥିଲେ। କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ପାତ୍ରପୁଟ ସ୍ଥିତ ଘରେ ପଡିଯିବାରୁ ତାଙ୍କ ଅଣ୍ଟା ଓ ପିଠିରେ ଗୁରୁତର ଆଘାତ ଲାଗିଥିଲା। ଜ୍ୱର ମଧ୍ୟ ହୋଇଥିଲା। ହେଲେ ଅର୍ଥାଭାବରୁ ଡାକ୍ତରଖାନା ଆସି ପାରୁ ନ ଥିଲେ। ଏଥିନେଇ ପ୍ରଶାସନ ପାଖରେ ଖବର ପହଁଚିବା ପରେ ଆଜି ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ପାତ୍ରପୁଟରୁ ଅଣାଯାଇ କୋରାପୁଟ ଏସଏଲଏନ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧିତ ଖବର