ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପାଇଁ ୧୩ଟି ରୁଟ୍‌ରେ ୧୭ ବସ୍ ବାତିଲ

ଜୟପୁର : ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପାଇଁ ଓଡ଼ିଶା ରାଜ୍ୟ ପରିବହନ ନିଗମ ପକ୍ଷରୁ ବସ୍ ଚଳାଚଳ ବନ୍ଦ କରାଯାଇଛି। ବିଜୟନଗର ରୁଟକୁ ଛାଡି ଦେଲେ ୨୫ଟି ରୁଟ ମଧ୍ୟରୁ ୧୩ଟି ରୁଟରେ ରାତିରେ ସରକାରୀ ବସ୍ ଚଳାଚଳ ସମ୍ପୂର୍ଣ ବନ୍ଦ କରାଯାଇଛି। ଏଥିସହ ୧୩ଟି ରୁଟ୍‌ରେ ୧୭ଟି ବସ୍‌କୁ ବାତିଲ କରାଯାଇଛି। ଜୟପୁର ଦେଇ ଚଳାଚଳ କରୁଥିବା ପାରଳାଖେମୁଣ୍ତି, ଫୁଲବାଣୀ, ମୋଟୁ, ଭବାନୀପାଟଣା, ଭଦ୍ରାଞ୍ଚଳମ, ଗୁଣପୁର, କାଶୀପୁର, ପାର୍ବତୀପୁରମ, ମାଲକାନଗିରି, ରାୟଗଡା ବସ୍‌କୁ ବାତିଲ କରାଯାଇଛି। ପରିସ୍ଥିତି ସ୍ବାଭାବିକ ହେଲା ପରେ ବସ୍ ଚଳାଚଳ ନେଇ ଘୋଷଣା କରାଯିବ ବୋଲି ଜୟପୁର ଡିଟିଏମ ନିହାର ରଞ୍ଜନ ପରିଡା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଏହି ଅଞ୍ଚଳରେ ବେସରକାରୀ ବସଚଳାଚଳ ସ୍ବାଭାବିକ ରହିଛି।

ସମ୍ବନ୍ଧିତ ଖବର