ଆଇନଜୀବୀଙ୍କୁ ପୁଲିସ ମାଡ଼ମାରିବା ଘଟଣା: ୯ ସୁଦ୍ଧା ମାମଲାର ତଦନ୍ତ ଶେଷ କରିବାକୁ ହାଇକୋର୍ଟଙ୍କ ଆଦେଶ

କଟକ: ଆଇନଜୀବୀଙ୍କୁ ପୁଲିସର ମାଡ଼ମାରିବା ଘଟଣାରେ ଓଡ଼ିଶା ହାଇକୋର୍ଟ ମଙ୍ଗଳବାର କହିଛନ୍ତି, ଆଗାମୀ ନଭେମ୍ବର ୯ ସୁଦ୍ଧା ମାମଲାର ତଦନ୍ତ ଶେଷ ହେଉ। କାର୍ଯ୍ୟରତ ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ତତ୍ତ୍ୱାବଧାନରେ ମାମଲାର ତଦନ୍ତ ହେବ। ନଭେମ୍ବର ୫ରୁ ୯ ପର୍ଯ୍ୟନ୍ତ ତଦନ୍ତ ଚାଲିବ ଏହା ପରେ ଶୁଣାଣି ହେବ। ନଭେମ୍ବର ୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସୂଚନାଯୋଗ୍ୟ ଗତ ଅଗଷ୍ଟ ୨୮ରେ ଆଇନଜୀବୀ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ କଟକର ନୂଆବଜାର ଠାରେ ପୁଲିସର ମାଡ଼ ମାରିବା ଘଟଣା ନେଇ ହାଇକୋର୍ଟରେ ନ୍ୟାସଲିଷ୍ଟ ଲୋୟର ଫୋରମ, କଟକ ବାର ଆସୋସିଏସନ ଏବଂ ଆଇନଜୀବୀ ଅନ୍ତର୍ଜାମୀ ସ୍ୱାଇଁଙ୍କ ପକ୍ଷରୁ ୩ଟି ଭିନ୍ନ ଭିନ୍ନ ଜନହିତ ମାମଲା ଦାୟର ହୋଇଥିଲା।

ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌. ଜାଭେରୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠରେ ଆଜି ଶୁଣାଣିରେ ରାୟ ପ୍ରକାଶ ପାଇଛି ଯେ, କାର୍ଯ୍ୟରତ ବିଚାରପତି ଜଷ୍ଟିସ ସିଆର ଦାଶଙ୍କ ନେତୃତ୍ୱରେ ଏହି ମାମଲାର ତଦନ୍ତ ନଭେମ୍ବର ୫ ରୁ ୯ ମଧ୍ୟରେ ହେବ। ତତନ୍ତକାରୀ ଅଧିକାରୀ ପ୍ରତିଦିନ କାର୍ଯ୍ୟରତ ବିଚାରପତିଙ୍କୁ ରିପୋର୍ଟ ଦାଖଲ କରିବେ। ଶେଷରେ ନଭେମ୍ବର ୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସମ୍ବନ୍ଧିତ ଖବର