ପ୍ରଧାନମନ୍ତ୍ରୀଙ୍କ ଗସ୍ତର କାର୍ଯ୍ୟକ୍ରମ ବଦଳିଲା, ୧୬ ପରିବର୍ତ୍ତେ ୧୫ରେ ବଲାଙ୍ଗୀର ଆସିବେ

ବଲାଙ୍ଗୀର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଗସ୍ତ କାର୍ଯ୍ୟକ୍ରମ ବଦଳି ଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଅଗାମୀ ଜାନୁଆରି ୧୬ ତାରିଖ ପରିବର୍ତ୍ତେ ୧୫ ତାରିଖରେ ବଲାଙ୍ଗୀର ଆସିବେ । ଏହି ସମୟରେ ମୋଦି ମେଗା ରାଲି ସ୍ୱଭିମାନ ସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ବାରିପଦା ଗସ୍ତର ମାତ୍ର ଗୋଟିଏ ସପ୍ତାହ ବ୍ୟବଧାନରେ ମୋଦି ଓଡ଼ିଶା ଆସିବା ଘଟଣାକୁ ରାଜନୈତିକ ମହଲରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ୨୦୧୮ ଡିସେମ୍ବର ୨୪ ତାରିଖରେ ମୋଦି ଖୋର୍ଦ୍ଧା ଅରୁଗୁଳ ଆସିବା ପରେ ମୋଦି ଜାନୁଆରି ୫ ତାରିଖରେ ବାରିପଦା ଆସିଥିଲେ । ଏଥିରୁ ୨୦୧୯ ନିର୍ବାଚନ ପାଇଁ ବିଜେପି ଫୋକସରେ ଆଗକୁ ଓଡ଼ିଶା ଥିବା ରାଜନୀତିରେ ଚର୍ଚ୍ଚା ଜୋର୍‌ ଧରିଛି ।

ସମ୍ବନ୍ଧିତ ଖବର