ପ୍ରଫେସର ଲକ୍ଷ୍ମୀକାନ୍ତ ନନ୍ଦ ସମ୍ମାନିତ

ଭୁବନେଶ୍ବର : ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଗବେଷଣା, ଚିକିତ୍ସା ଏବଂ ଶିକ୍ଷାର ବିକାଶକୁ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଫେସର ଡା. ଲକ୍ଷ୍ମୀକାନ୍ତ ନନ୍ଦଙ୍କୁ ଶ୍ରେଷ୍ଠ ଶିକ୍ଷକ ସମ୍ମାନରେ ସମ୍ମାନିତ କରାଯାଇଛି। ଦିଲ୍ଲୀରେ ଆମ୍ବେଦକର ସଭାକକ୍ଷରେ କେନ୍ଦ୍ରୀୟ ଆୟୁଷ ବିଭାଗର ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଗ‌ହଣରେ ହାଇଦ୍ରାବାଦର ଧର୍ମଗୁରୁ ଜୋହା ଏ ବାବଦରେ ସମ୍ମାନ ପତ୍ର, ସ୍ବର୍ଣ୍ଣ ପଦକ ଏବଂ ୨ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ପୂର୍ବରୁ ପ୍ରଫେସର ଡା. ନନ୍ଦ ଅଭିନ୍ନ ଚନ୍ଦ୍ର ହୋମିଓପାଥି କଲେଜର ଅଧ୍ୟକ୍ଷ ସମେତ ଅନ୍ୟାନ୍ୟ ଗୁରତ୍ବପୂର୍ଣ୍ଣ ପଦପଦବିରେ କାର୍ଯ୍ୟ କରିଛନ୍ତି। ସେ ଏବେ ଭାରତ ସରକାର ଓ କେନ୍ଦ୍ରୀୟ ଗବେଷଣା ପରିଷଦର ଔଷଧ ଗବେଷଣା କମିଟିର ଅଧ୍ୟକ୍ଷ ଭାବେ କାର୍ଯ୍ୟରତ। ତାଙ୍କର ଏହି ସଫଳତା ପାଇଁ ଓଡ଼ିଶା ଡ୍ରଗିଷ୍ଟ ଆସୋସିଏସନର ଡାକ୍ତର ମନୋରଂଜନ ରାଉତ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଦିବ୍ୟରଂଜନ ଜେନା ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର