ପୟା ଶ୍ରାଦ୍ଧ ଓ ଦୀପାବଳି ପାଇଁ ବଡ଼ଦେଉଳ ଓ ବଡ଼ଦାଣ୍ଡରେ ଭିଡ଼

ପୁରୀ: ଦୀପାବଳି ଓ ପୟା ଶ୍ରାଦ୍ଧ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ପୁରୀ ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ। ଲକ୍ଷାଧିକ ଶ୍ରଦ୍ଧାଳୁ ଆଜି ପତୃପୁରୁଷଙ୍କୁ ପୀଣ୍ଡଦାନ ପାଇଁ ବଡ଼ଦେଉଳର ବାଇଶି ପାହାଚରେ ରୁଣ୍ଡ ହୋଇଛନ୍ତି। ଏହି ପବିତ୍ର ପର୍ବରେ ଲକ୍ଷାଧିକ ଭକ୍ତ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ବାଇଶିପାହାଚରେ ଶ୍ରାଦ୍ଧ ବା ପିଣ୍ଡଦାନ କରି ସିଂହଦ୍ୱାର ସମ୍ମୁଖରେ ବଡବଡିଆ ଡାକିଛନ୍ତି । ପିତୃପକ୍ଷରେ ବା ମହାଳୟା ତିଥିରେ ପିତୃପୁରୁଷଙ୍କ ଆବହାନ କରି ପିଣ୍ଡଦାନ କରାଯାଇଥାଏ। ସେହିପରି ଦୀପାବଳୀ ଅବସରରେ ପିତୃପୁରୁଷଙ୍କୁ ଆଲୋକ ଦେଖାଇ ସ୍ୱର୍ଗକୁ ଯିବା ପାଇଁ ବିଦାୟ ଦିଆଯାଇଥାଏ । ଏଥିପାଇଁ ଦୀପାବଳୀରେ ଦୀପ ଓ କାଉଁରିଆ କାଠି ଜାଳି ବଡବଡୁଆଙ୍କ ଆଶିର୍ବାଦ କାମନା କରିଥାନ୍ତି ଲୋକେ।
ଏଥିପାଇଁ ଆଜି ଲକ୍ଷାଧିକ ଭକ୍ତ ବଡ଼ଦାଣ୍ଡରେ ଏକାଠି ହୋଇ କାଉଁରିଆ କାଠି ଜାଳି ବଡ଼ ବ୍ୟାକୁଳ କଣ୍ଠରେ ଗାଇଛନ୍ତି . ବଡବଡ଼ିଆ ହୋ, ଗଙ୍ଗା ଯାଆ, ଗୟା ଯାଅ, ଅନ୍ଧାରରେ ଆସିଥିଲ, ଆଲୋକରେ ଯାଅ। ବାଇଶି ପାହାଚରେ ଗଡ଼ଗଡ଼ଉ ଥାଅ’।

ସମ୍ବନ୍ଧିତ ଖବର