ବାଲେଶ୍ୱର, କେନ୍ଦୁଝର, ଯାଜପୁର ସମେତ ଏହି ସବୁ ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା

ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ଯିବା ପାଇଁ ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର: ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୧୨ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ମଙ୍ଗଳବାର ପୂର୍ବାନୁମାନ କରିଛି। ମୟୁରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ନୟାଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ବର୍ଷା ସମୟରେ ଏହି ଜିଲ୍ଲାର ବାସିନ୍ଦାଙ୍କୁ ସତର୍କ ରହିବା ସହିତ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ବାରଣ କରାଯାଇଛି।

ଗତକାଲି ଗୋପାଳପୁରରେ ସର୍ବାଧିକ ତାପମାତ୍ରା ୩୩.୩ଡିଗ୍ରୀ ଥିବା ବେଳେ ହୀରାକୁଦରେ ୨୦.୬ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରହିଥିଲା। ସେହିପରି ପୁରୀ, ବାଲେଶ୍ୱର, ମୟୁରଭଞ୍ଜ, ସମ୍ବଲପୁର, କନ୍ଧମାଳ, କେନ୍ଦୁଝର, କଟକ, ଯାଜପୁର, ବରଗଡ଼, ସୋନପୁର, ଖୋର୍ଦ୍ଧା, ଗଜପତି, କଳାହାଣ୍ଡି, ଭଦ୍ରକ, ଗଞ୍ଜାମ, ରାୟଗଡ଼ା ଓ ଜଗତସିଂହପୁର ଆଦି ସ୍ଥାନରେ ବର୍ଷା ହୋଇଥିଲା।

ଗତକାଲି ବାଲେଶ୍ୱରରେ ତିନିଚାରି ଘଟଣା ଲଗାଣ ବର୍ଷା ହେତୁ ବାଲେଶ୍ୱର ହସ୍‌ପିଟାଲର ବିଭିନ୍ନ ବିଭାଗରେ ପାଣି ପଶି ଯାଇଥିବା ଖବର ମିଳିଥିଲା। ହସ୍‌ପିଟାଲରେ ପାଣି ପଶିଯିବା ଫଳରେ ରୋଗୀ ଓ ରୋଗୀଙ୍କ ପରିବାରକୁ ହନ୍ତସନ୍ତ ହେବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର