ରାଜକିଶୋର ନାୟକ ସ୍ମାରକୀ ବକ୍ତୃତା ୪ରେ : ଯୋଗ ଦେବେ ଗାନ୍ଧୀବାଦୀ ଚଣ୍ଡୀ ଭଟ୍ଟ

ଭୁବନେଶ୍ବର : ରାଜକିଶୋର ନାୟକ ନ୍ୟାସ୍‌ନାଲ୍‌ ଫାଉଣ୍ଡେସନ୍ ପକ୍ଷରୁ ଆସନ୍ତା ୪ ତାରିଖ ପୂର୍ବାହ୍ନ ୧୦ଟାରେ ଜୟଦେବ ଭବନରେ ରାଜକିଶୋର ନାୟକ ସ୍ମାରକୀ ବକ୍ତୃତାମାଳା ଆୟୋଜନ କରାଯାଇଛି। ଏଥିରେ ମାଗାସେସ୍ ବିଜେତା ତଥା ବିଶିଷ୍ଟ ଗାନ୍ଧୀବାଦୀ ପଦ୍ମଭୂଷଣ ଚଣ୍ଡୀ ପ୍ରସାଦ ଭଟ୍ଟ ଯୋଗ ଦେଇ ସ୍ମାରକୀ ବକ୍ତୃତା ପ୍ରଦାନ କରିବେ। ହିନ୍ଦୀ ସାହିତ୍ୟର ଜଣାଶୁଣା ଗାନ୍ଧୀବାଦୀ ଲେଖିକା ସୁଜାତା ଚୌଧୁରୀ ଓ ପଦ୍ମବିଭୂଷଣ କବି ସୀତାକାନ୍ତ ମହାପାତ୍ର ଅତିଥି ଭାବେ ଯୋଗ ଦେବେ ବୋଲି ଫାଉଣ୍ଡେସନ୍‌ର ସଭାପତି ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ପାଟକୁରାର ପୂର୍ବତନ ବିଧାୟକ ତଥା ଜଣାଶୁଣା ଗାନ୍ଧୀବାଦୀ ରାଜକିଶୋର ନାୟକଙ୍କ ସ୍ମୃତିରେ ପ୍ରତି ବର୍ଷ ସ୍ମାରକୀ ବକ୍ତୃତା ଆୟୋଜନ କରାଯାଉଛି।

ସମ୍ବନ୍ଧିତ ଖବର