ଟିଭି ରିଏଲିଟି ସୋ’ ବିଜୟିନୀଙ୍କ ସେକ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌!

ଭୁବନେଶ୍ୱର: ଏକ ଟିଭି ରିଏଲିଟି ସୋ’ରେ ବିଜୟିନୀ ସାଜିଥିବା ଜନୈକା ଯୁବତୀଙ୍କ ଏକ ସେକ୍ସ ଭିଡିଓ ସୋସିଆଲ ମିଡିଆଗୁଡ଼ିକରେ ଏବେ ଭାଇରାଲ ହୋଇ ପଡ଼ିଥିବା ବେଳେ ଉଭୟ ଜିଲ୍ଲା ଓ ରାଜ୍ୟ ପୋଲିସ୍‌ ପ୍ରଶାସନ ପାଇଁ ଏହା ମୁଣ୍ଡବିନ୍ଧାର କାରଣ ପାଲଟିଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ସୋସିଆଲ ମିଡିଆଗୁଡ଼ିକରେ ଯେଉଁ ସେକ୍ସ ଭିଡିଓଟି ଭାଇରାଲ ହୋଇଛି ସେଥିରେ ୧.୭ ମିନିଟର ଭିଡିଓ ଚିତ୍ର ରହିଛି। ସେକ୍ସ ଭିଡିଓରେ ଦୃଶ୍ୟମାନ ହେଉଥିବା ଯୁବତୀ ଜଣକ ଭଦ୍ରକ ଜିଲ୍ଲାର ବାସିନ୍ଦା ବୋଲି ଆଲୋଚନା ଚାଲିଛି। ଭାଇରାଲ ହୋଇଥିବା ସେକ୍ସ ଭିଡିଓରେ ଯୁବତୀଙ୍କର ପୁରୁଷ ବନ୍ଧୁ ଜଣଙ୍କ ତାଙ୍କ ସହିତ ଅନ୍ତରଙ୍ଗ ମୁହୂର୍ତ୍ତର ଯେଉଁ ଭିଡିଓ ଚିତ୍ର ପ୍ରସ୍ତୁତ କରିଛନ୍ତି, ତାହା ସେ ତାଙ୍କ ଜ୍ଞାତସାରରେ ଏବଂ ସଂପୂର୍ଣ୍ଣ ଜାଣତରେ ପ୍ରସ୍ତୁତ କରିଥିବା ଜଣାପଡ଼ୁଛି। ତେବେ, ସୋସିଆଲ ମିଡିଆରେ ଭାଇରାଲ ହୋଇପଡ଼ିଥିବା ସେକ୍ସ ଭିଡିଓ ସଂପର୍କରେ ବର୍ତ୍ତମାନ ସୁଦ୍ଧା ପୋଲିସ୍‌ ନିକଟରେ କୌଣସି ପ୍ରକାରର ଅଭିଯୋଗ ଆଗତ ହୋଇନାହିଁ।

ତେବେ, ଏ ଘଟଣା ସଂପର୍କରେ କେତେକ ବାହାର ସୂତ୍ରରୁ ଖବର ପାଇବା ପରେ ଭଦ୍ରକ ପୋଲିସର ଚିନ୍ତା ବଢ଼ି ଯାଇଛି। କାରଣ, ଏଇ କିଛିଦିନ ପୂର୍ବରୁ ଏହିପରି ଅନ୍ୟ ଏକ ସମ୍ବେଦନଶୀଳ ଘଟଣାରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳର ଅନ୍ୟଜଣେ ଯୁବତୀଙ୍କର ଶହଶହ ସଂଖ୍ୟାରେ ଅଶ୍ଲୀଳ ସେକ୍ସ ଭିଡିଓ ପ୍ରସ୍ତୁତ କରି ତାଙ୍କର ପୁରୁଷ ବନ୍ଧୁ ଏକାଧିକ ଅଶ୍ଲୀଳ ସାଇଟ୍‌ (ପନ୍ରୋଗ୍ରାଫିକ୍‌ ସାଇଟ୍‌)ରେ ଅପ୍‌ଲୋଡ୍‌ କରିବା ଘଟଣା କେବଳ ରାଜ୍ୟ କାହଁକି ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଭଦ୍ରକ ପୋଲିସ୍‌ ଏ ଘଟଣା ସଂପର୍କରେ ତଦନ୍ତ କରୁଥିଲେ ସୁଦ୍ଧା ଘଟଣାର କୌଣସି କୂଳକିନାରା ନପାଇ ଅନ୍ଧାରରେ ବାଡ଼ି ବୁଲାଉଛି। ଏ ପରସ୍ଥିତିରେ ଟିଭି ରିଏଲିଟି ସୋ’ ବିଜେତା ଯୁବତୀଙ୍କ ଏକ ସେକ୍ସ ଭିଡିଓ ଭାଇରାଲ ହେବା ଘଟଣା ଭଦ୍ରକ ପୋଲିସ୍‌ର ମୁଣ୍ଡବିନ୍ଧାକୁ ଆହୁରି ବଢ଼ାଇ ଦେଇଛି।

ସମ୍ବନ୍ଧିତ ଖବର