ନିଜାମୁଦ୍ଦିନ୍‌ରୁ ଓଡ଼ିଶା ଫେରନ୍ତା ସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ

ବାଲେଶ୍ବରରେ ତନାଘନା, ହୋମ୍‌ କ୍ବାରାଣ୍ଟିନ୍‌ରେ ୧୫ ଜଣ, ଆଳି ମୌଲାନା କହିଲେ, ୨୫ ଯାଇଥିଲେ

ବାଲେଶ୍ବର : ଦିଲ୍ଲୀ ନିଜାମୁଦ୍ଦିନ୍‌ ଧାର୍ମିକ ସମାବେଶ ସହ ବାଲେଶ୍ବର ଜିଲ୍ଲାର କିଛି ଶ୍ରଦ୍ଧାଳୁ ସାମିଲ ଥିଲେ। ଏହା ଜଣାପଡ଼ିବା ପରେ ଗତକାଲି ରାତିରେ ପୁଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଅଞ୍ଚଳରୁ ୧୫ ଜଣଙ୍କୁ ଠାବ କରାଯାଇଛି। ଆଜି ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ହୋମ୍‌ କ୍ବାରାଣ୍ଟିନରେ ରଖାଯାଇଛି।

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ଗତ ଫେବ୍ରୁଆରି ମାସ ୨୭ରୁ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ାର ଆଳି ଓ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଅଞ୍ଚଳରେ ମୁସଲମାନ ସମ୍ପ୍ରଦାୟର ଏକ ଆନ୍ତର୍ଜାତିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ‌ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିବାବେଳେ ବା‌ଲେଶ୍ବର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପାଖାପାଖି ୧୦/୧୫ଟି ବସ୍‌ରେ ମୁସଲମାନ ଶ୍ରଦ୍ଧାଳୁ ସେଠାକୁ ଯାଇଥିବା ସେ ସୂଚନା ଦେଇଛନ୍ତି। ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି, ଉକ୍ତ ସମ୍ମିଳନୀରେ ଦିଲ୍ଲୀ ନିଜାମୁଦ୍ଦିନରୁ ମଧ୍ୟ କିଛି ବ୍ୟକ୍ତି ଅଂଶଗ୍ରହଣ କରିଥିଲେ। ଯାହାକୁ ନେଇ ସରକାରଙ୍କ ଚିନ୍ତା ବଢିଛି। ନିଜାମୁଦ୍ଦିନରୁ ଆସିଥିବା ଏହି ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ କେଉଁମାନେ ଆସିଥିଲେ ସେ ସଂପର୍କରେ ଖବର ନେବା ବର୍ତ୍ତମାନ ଜିଲ୍ଲା ପ୍ରଶାସନ ପାଇଁ କଷ୍ଟକର ବ୍ୟାପାର। ତେବେ ଗତକାଲି ଠାବ କରାଯାଇଥିବା ୧୫ ଜଣ ସନ୍ଦିଗ୍ଧଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିବାବେଳେ ଏଯାବତ କାହା ପାଖରେ କରୋନା ଲକ୍ଷଣ ଦେଖ ଯାଇନାହିଁ। ତଥାପି ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେମାନଙ୍କୁ ଓ ସେମାନଙ୍କ ପରିବାର ଲୋକଙ୍କୁ କ୍ବାରାଣ୍ଟିନରେ ରଖାଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ବାନାର୍ଜୀ ପ୍ରସାଦ ଛୋଟରାୟ କହିଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ ନିଜାମୁଦ୍ଦିନ ସମାବେଶରେ ଓଡ଼ିଶାରୁ ୧୫ ଜଣ ଯୋଗ ଦେଇ ରାଜ୍ୟକୁ ଫେରି ଆସିଛନ୍ତି। ସେମାନଙ୍କ ମଧ୍ୟରୁ ବାଲେଶ୍ବର ଜିଲ୍ଲାରେ କେହି ଅଛନ୍ତି ନା ନାହିଁ, ସେ ସଂପର୍କରେ ପଚାରିବାରୁ ଆରକ୍ଷୀ ଅଧୀକ୍ଷକ ବି. ଯୁଗଳକିଶୋର କହିଛନ୍ତି ଯେ, ଜିଲ୍ଲା ପୁଲିସ ପକ୍ଷରୁ ସବୁ ଥାନାକୁ ଆଲର୍ଟ କରାଯାଇ ଅନୁସନ୍ଧାନ ଜାରି ରହିଛି। ଏ ପର୍ଯ୍ୟନ୍ତ ସେମିତି କ‌ୌଣସି ରିପୋର୍ଟ ହସ୍ତଗତ ହୋଇନାହିଁ।

ଆଳି ମୌଲାନା କହିଲେ, ୨୫ ଯାଇଥିଲେ
କେନ୍ଦ୍ରାପଡ଼ା : ଦିଲ୍ଲୀସ୍ଥିତ ନିଜାମୁଦ୍ଦିନ୍‌ ଧର୍ମସଭାରୁ ଓଡ଼ିଶାକୁ ୧୫ ଜଣ ଫେରିଥିବା ସରକାର କହୁଛନ୍ତି। ଗତକାଲି ରାତିରେ ନିଜାମୁଦ୍ଦିନ୍‌ ଫେରନ୍ତା ଜଣେ ମୌଲାନାଙ୍କୁ ଆଳିରୁ ନିଆଯିବା ପରେ ସେ କିନ୍ତୁ ଓଡ଼ିଶାର ୨୫ ଜଣ ସେଠାକୁ ଯାଇଥିବା ପୁଲିସ ଆଗରେ କହିଛନ୍ତି। ଏଭଳି ସ୍ଥିତିରେ ବାସ୍ତବରେ କେତେ ସ˚ଖ୍ୟକ ଧର୍ମଗୁରୁ ଓଡ଼ିଶାରୁ ନିଜାମୁଦ୍ଦିନ୍‌ ଧର୍ମସଭାକୁ ଯାଇଥିଲେ, ତାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି।

ନିଜାମୁଦ୍ଦିନ୍‌ ଧର୍ମସଭାରୁ ସାମିଲ୍‌ ହୋଇ ଦେଶର ବିଭିନ୍ନ ରାଜ୍ୟକୁ ଫେରିଥିବା ଏକାଧିକ ଧର୍ମଗୁରୁ ଏବେ କରୋନାରେ ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ଗତକାଲି ସୁଦ୍ଧା ୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ କେତେଜଣଙ୍କ ଅବସ୍ଥା ସ˚ଗିନ୍‌ ଥିବା କୁହାଯାଉଛି। ପ୍ରକାଶିତ ତାଲିକାରେ ଓଡ଼ିଶାରୁ ୧୫ଜଣ ଯାଇଥିବା ସରକାର ସୂଚନା ଦେଇଛନ୍ତି। ସେଥିରୁ କେନ୍ଦ୍ରାପଡ଼ା ଜିଲ୍ଲାରୁ ୩ଜଣ ଅଛନ୍ତି। ଆଳି ଅ˚ଚଳର ଯେଉଁ ମୌଲାନା ନିଜାମୁଦ୍ଦିନ୍‌ ଯାଇଥିଲେ, ତାଙ୍କ ଘରକୁ ଗତକାଲି ରାତିରେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏସ୍‌ପିଙ୍କ ସମେତ ଅନ୍ୟ ଅଧିକାରୀ ଯାଇଥିଲେ। ସେଠାରେ ପଚରାଉଚରା କରାଯିବା ପରେ ପୁଲିସ ତାଙ୍କୁ ଏକ ଗାଡ଼ିରେ ଆଣି ଛତାସ୍ଥିତ କେନ୍ଦ୍ରାପଡ଼ା ପଲିଟେକନିକ୍‌ ଆଇସୋଲେସନ୍‌ କେନ୍ଦ୍ରରେ ଭର୍ତ୍ତି କରିଛି। ସେ ଦିଲ୍ଲୀରୁ ଗତ ୧୨ତାରିଖରେ ଓଡ଼ିଶା ଫେରିଥିଲେ। ହେଲେ ବଡ଼ କଥା ହେଉଛି ପୁଲିସ ଜେରା କରିବା ପରେ ସେ ଯାହା କହିଛନ୍ତି, ତାହା ସରକାର ଦେଇଥିବା ସ˚ଖ୍ୟାକୁ ନେଇ ଦ୍ବନ୍ଦ୍ବ ବଢ଼ାଇ ଦେଇଛି। ସ˚ପୃକ୍ତ ମୌଲାନା କହିଛନ୍ତି ଯେ କେନ୍ଦ୍ରାପଡ଼ା ସମେତ କଟକ, ଖୋର୍ଦ୍ଧା ଆଦି ବିଭିନ୍ନ ଜିଲ୍ଲାରୁ ଓଡ଼ିଶାର ୨୫ଜଣ ନିଜାମୁଦ୍ଦିନ୍‌ ଯାଇଥିଲେ। ତାଙ୍କ କଥା ଯଦି ସତ ହୋଇଥାଏ, ତା’ହେଲେ ସରକାରଙ୍କ ତାଲିକା ବାଦ୍‌ ଆଉ ଦଶ ଜଣ କେଉଁ ଅ˚ଚଳର ଏବ˚ କେଉଁଠି ଅଛନ୍ତି, ସେମାନଙ୍କୁ ଖୋଜି ବାହାର କରାଯିବା ସରକାରଙ୍କ ପାଇଁ ବଡ଼ ଚାଲେଞ୍ଜ୍‌ ହେବ। ଅନ୍ୟପକ୍ଷରେ ପଟ୍ଟାମୁଣ୍ତାଇ ଅ˚ଚଳରୁ ଯାଇଥିବା ଧର୍ମଗୁରୁ ଓଡ଼ିଶା ଫେରି ନାହାନ୍ତି। ଦିଲ୍ଲୀରେ ଥିବା କୁହାଯାଉଛି। ସେହିପରି ରାଜନଗର ତାଳଚୁଆ ଅ˚ଚଳରୁ ବି ଜଣେ ଧର୍ମଗୁରୁ ଯାଇଥିଲେ। ସେ ଓଡ଼ିଶା ଫେରିଥିଲେ ବି ନିଜ ଘରକୁ ଆସିନାହାନ୍ତି। ବିଡିଓ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ତାଙ୍କ ଘରକୁ ଯାଇ ପଚରାଉଚରା କରିବା ପରେ ସେ ପ୍ରଥମେ କିଛି ଦିନ ଚଉଦକୁଲାଟ ଏବ˚ ପରେ ଭଦ୍ରକ ଧାମରାସ୍ଥିତ ସ˚ପର୍କୀୟଙ୍କ ଘରେ ଥିବା କୁହାଯାଉଛି। ଏ ସ˚କ୍ରାନ୍ତରେ ଭଦ୍ରକ ଜିଲ୍ଳା ପ୍ରଶାସନକୁ କର୍ତୃପକ୍ଷ ଜଣାଇ ଦେଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର