ରସଗୋଲା ବିବାଦ: ପକ୍ଷଭୁକ୍ତ ହେବନି ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ରସଗୋଲା ଓଡ଼ିଶାର, ମହାପ୍ରଭୁ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ସହିତ ରସଗୋଲାର ସଂପର୍କ ପୁରୁଣା ହୋଇଥିବାରୁ ଏହି ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ କୋର୍ଟରେ ପକ୍ଷ ରଖିବାକୁ ରାଜ୍ୟ ସରକାର ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଏହି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରୁ ଶ୍ରୀମନ୍ଦିର ପ୍ରଶାସନ ଓହରି ଯିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି। ଏ ନେଇ ମନ୍ଦିର ପ୍ରଶାସନ କୌଣସି ପକ୍ଷ ରଖିବ ନାହିଁ ବୋଲି ଗତ ମାର୍ଚ୍ଚ ୨୦ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସ୍ପଷ୍ଟ କରିଛି। ମନ୍ଦିର ପ୍ରଶାସନକୁ ଏଥିରୁ ନିବୃତ୍ତ ରହିବ ବୋଲି ବୈଠକରେ ସ୍ଥିର ହୋଇଛି । ରସଗୋଲା ଓଡ଼ିଶାର ଓ ଶ୍ରୀଜଗନ୍ନାଥ ସଂସ୍କୃତି ସଂପର୍କିତ ହୋଇଥିବାରୁ ଶ୍ରୀମନ୍ଦିର ପ୍ରଶାସନ ନ୍ୟାୟାଳୟରେ ଅପିଲ୍‌ କରିବା ପାଇଁ ରାଜ୍ୟ ସରକାର ମୁଖ୍ୟ ପ୍ରଶାସକଙ୍କୁ ନିର୍ଦ୍ଦେଶ ଦେଇଥଲେ। ମାତ୍ର ମନ୍ଦିର ପ୍ରଶାସନ ଏଥିରେ ପକ୍ଷଭୂକ୍ତ ହେବା ଉଚିତ୍‌ ନୁହେଁ ବୋଲି ପରିଚାଳନା କମିଟିରେ ମତ ପ୍ରକାଶ ପାଇଥିଲା। ପରିଚାଳନା କମିଟି ନିଷ୍ପତ୍ତି ମୁତାବକ ମନ୍ଦିର ପ୍ରଶାସନ ମଧ୍ୟ ଏହି ବିବାଦରେ ପକ୍ଷଭୁକ୍ତ ହୋଇନଥିଲା। ତେବେ ରସଗୋଲା ପାଇଁ ଲଢେଇ ଚାଲିଥିବା ବେଳେ ମନ୍ଦିର ପ୍ରଶାସନ ଏ ଦିଗରେ ଅମଙ୍ଗ ହେବା କଥା ଜଣାପଡିବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଆରମ୍ଭ ହୋଇଯାଇଛି। ସରକାରଙ୍କ ନିର୍ଦ୍ଦେଶକୁ ମନ୍ଦିର ପ୍ରଶାସନ ମାନି ନ ଥିବା କୁହାଯାଉଛି।

ସମ୍ବନ୍ଧିତ ଖବର