ଏଜି ଛକରୁ ଆଚାର୍ଯ୍ୟ ବିହାର ଛକ ପର୍ଯ୍ୟନ୍ତ ରାସ୍ତାକୁ ‘ଲୋକସେବା ମାର୍ଗ’ ଭାବେ ନାମିତ କଲେ ସରକାର

ଭୁବନେଶ୍ବର: ରାଜ୍ୟ ରାଜଧାନୀର ପ୍ରମୁଖ ରାସ୍ତାର ନାମ ବଦଳାଇଲେ ସରକାର। ଏଜି ଛକରୁ ଆଚାର୍ଯ୍ୟ ବିହାର ଛକ ପର୍ଯ୍ୟନ୍ତ ରାସ୍ତାର ନାମ ସଚିବାଳୟ ମାର୍ଗ ରହିଥିଲା । ରାଜ୍ୟ ସଚିବାଳୟର ନାମ ଲୋକସେବା ଭବନ ହେବା ପରେ ଏହି ରାସ୍ତାର ନାମକୁ ‘ଲୋକସେବା ମାର୍ଗ’ ଭାବେ ନାମିତ କରିଛନ୍ତି ରାଜ୍ୟ ସରକାର । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଜି ଛକରୁ ଆଚାର୍ଯ୍ୟ ବିହାର ଛକ ପର୍ଯ୍ୟନ୍ତ ରାସ୍ତାର ନାମ ପୂର୍ବରୁ ସଚିବାଳୟ ମାର୍ଗ ଥିବା ବେଳେ ଏବେ ଏହା ଲୋକସେବା ମାର୍ଗ ନାମରେ ନାମିତ ହେଲା ବୋଲି ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର