ବହୁତ ଭଲ ପ୍ରୟାସ: ଡକ୍ଟର ସୁଜାତା କର

ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ: ‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆଓ୍ଵାର୍ଡ-୨୦୧୮

ବ୍ରାଣ୍ଡ୍‌ସ୍‌ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆଓ୍ଵାର୍ଡ-୨୦୧୮କୁ ନେଇ ରାଜ୍ୟର ଶିଳ୍ପୋଦ୍ୟାଗୀଙ୍କ ମଧ୍ୟରେ ବିଶେଷ ଆଗ୍ରହ ଦେଖାଦେଇଛି। ‘ସମ୍ବାଦ’ର ଏହି ପ୍ରଚେଷ୍ଟା ରାଜ୍ୟରେ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ମଧ୍ୟରେ ଉତ୍କର୍ଷ ହାସଲ ପାଇଁ ଏକ ପ୍ରତିଯୋଗିତା ବାତାବରଣ ସୃଷ୍ଟି କରିବ ବୋଲି ମତ ପ୍ରକାଶ ପାଉଛି। ଏ ସମ୍ପର୍କରେ କର କ୍ଲିନିକ୍‌ ଆଣ୍ଡ ହସ୍‌ପିଟାଲ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ର କନ୍‌ସଲଟାଣ୍ଟ୍‌ (ଅବଷ୍ଟ୍ରେସିନିଆ ଆଣ୍ଡ୍‌ ଜ୍ଞାଇନାକୋଲୋଜିଷ୍ଟ୍‍) ଡକ୍ଟର ସୁଜାତା କରଙ୍କ ମତାମତକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା।

ଏହି ପୁରସ୍କାର ସମ୍ପର୍କରେ ଆପଣଙ୍କ ମତ କଣ?
କର୍ପୋରେଟ୍‌ ସଂସ୍ଥାଗୁଡ଼ିକୁ ସେମାନଙ୍କ କାମ ପାଇଁ ପୁରସ୍କାର ପ୍ରଦାନ କରିବା କିଛି ନୂଆ ନୁହେଁ। କିନ୍ତୁ ‘ସମ୍ବାଦ’ ଭଳି ସଂସ୍ଥା ପକ୍ଷରୁ ଏଭଳି ପୁରସ୍କାର ପ୍ରଦାନ କରିବା ଶୁଣି ଖୁସି ଲାଗୁଛି। ଏହା ବହୁତ ଭଲ ପ୍ରୟାସ। ମୁଁ ତ କହିବି ସର୍ବୋତ୍କୃଷ୍ଟ। ଏହି ପୁରସ୍କାର ପାଇଁ ଓଡ଼ିଶାର ସବୁ ଅଞ୍ଚଳକୁ ବିଚାରକୁ ନିଆଯାଉଥିଲେ ଭଲ କଥା। ଏହି ପୁରସ୍କାର ସମ୍ପୂର୍ଣ୍ଣ ନିଷ୍ପକ୍ଷ ହେଲେ ଭଲ।
ଏହି ପୁୁରସ୍କାର କର୍ପୋରେଟ୍‌ ସଂସ୍ଥାଗୁଡ଼ିକ ପାଇଁ କିଭଳି ସହାୟକ ହେବ?
‘ସମ୍ବାଦ’ କର୍ପୋରେଟ୍‌ ଏକ୍ସେଲେନ୍‌ସ ଆଓ୍ଵାର୍ଡ ବିଜୟୀ କର୍ପୋରେଟ୍‌ ସଂସ୍ଥାଗୁଡ଼ିକୁ ଏକ ସ୍ୱତନ୍ତ୍ର ମାନ୍ୟତା ଓ ପରିଚୟ ପ୍ରଦାନ କରିବ। ସାମଜ ସେମାନଙ୍କୁ ଯେଉଁଭଳି ଦୃଷ୍ଟିରୁ ଦେଖୁ ବୋଲି ସେମାନେ ଚାହୁଁଛନ୍ତି, ଏହି ପୁରସ୍କାର ସେମାନଙ୍କୁ ସେଭଳି ମାନ୍ୟତା ପ୍ରଦାନ କରିବ। କେବଳ ସେତିକି ନୁହେଁ ଏହି ପୁରସ୍କାର ଆଗାମୀ ଦିନରେ ଅନ୍ୟମାନଙ୍କୁ ଅନୁପ୍ରାଣିତ ମଧ୍ୟ କରିବ। ଅନ୍ୟ ସଂସ୍ଥାଗୁଡ଼ିକ ନିଜ ମାନରେ ଉନ୍ନତି ଆଣି ଏହି ପୁରସ୍କାର ପାଇବାକୁ ଉଦ୍ୟମ କରିବେ। ବିଜୟୀ କର୍ପୋରଟ୍‌ ସଂସ୍ଥାଗୁଡ଼ିକୁ ଭବିଷ୍ୟତରେ ବହୁତ ସମ୍ମାନ ମିଳିପାରିବ।
ଓଡ଼ିଶାର ସ୍ୱାସ୍ଥ୍ୟ ସେବା ସ୍ଥିତିକୁ ନେଇ ଆପଣ ସନ୍ତୁଷ୍ଟ କି?
ଅଦୌ ନୁହେଁ। ଆମ ରାଜ୍ୟର ସ୍ୱାସ୍ଥ୍ୟ ସେବା ସ୍ଥିତି ଏତେ ଭଲ ନାହିଁ। ଏହି କ୍ଷେତ୍ରର ଉନ୍ନତି ପାଇଁ ସରକାର ବହୁତ ଭଲ ଭଲ ନୀତି ପ୍ରଣୟନ କରିଛନ୍ତି। ମାତ୍ର ସେଗୁଡ଼ିକର ସୁଫଳ ମିଳୁନାହିଁ। ବିଶେଷ କରି ରାଜ୍ୟର କ୍ଷୁଦ୍ର ଏବଂ ମଧ୍ୟମ ଧରଣର ହସ୍‌ପିଟାଲ୍‌ଗୁଡ଼ିକ ଆବଶ୍ୟକ ଅନୁମୋଦନ ଏବଂ ମଂଜୁରି ହାସଲ କରିବାରେ ସମସ୍ୟା ସାମ୍ନା କରୁଛନ୍ତି। ସାର୍ଟିଫିକେସନ୍‌ ହାସଲ କରିବାରେ ମଧ୍ୟ ସେମାନେ ଅସୁବିଧା ଭୋଗୁଛନ୍ତିି।
ଘରୋଇ କ୍ଷେତ୍ରର ହସ୍‌ପିଟାଲ୍‌ଗୁଡ଼ିକ କଣ ଅସୁବିଧା ସାମ୍ନା କରୁଛନ୍ତିି?
କ୍ଲିନିକ୍‌ ପଞ୍ଜୀକରଣ, ଅଗ୍ନି ବ୍ୟବସ୍ଥା ପାଇଁ ଅନୁମୋଦନ ଭଳି ଅନେକ ପ୍ରକାର ମଞ୍ଜୁରି ହାସଲ କରିବାରେ ଅସୁବିଧା ହେଉଛି। ଛୋଟ ଓ ମଧ୍ୟମ ଧରଣର ହସପିଟାଲ୍‌ ସଂସ୍ଥାଗୁଡ଼ିକ ପାଇଁ ଏଭଳି ଅସୁବିଧା ବହୁତ ଅଧିକ।
ଓଡ଼ିଶାର କେଉଁ କ୍ଷେତ୍ରରେ ଅଭିବୃଦ୍ଧିର ବିପୁଳ ସମ୍ଭାବନା ରହିଛି?
ଆତିଥେୟତା (ହସପିଟାଲିଟି) ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଅଭିବୃଦ୍ଧିର ବିପୁଳ ସୁଯୋଗ ରହିଛି। ଏହା ବ୍ୟତୀତ ଇକୋ ଟୁରିଜିମ୍‌, ଏମ୍‌ଏସ୍‌ଏମ୍‌ଇ ଓ ହସ୍ତତନ୍ତ ଏବଂ ହସ୍ତଶିଳ୍ପ କ୍ଷେତ୍ରରେ ମଧ୍ୟ ବିପୁଳ ସୁଯୋଗ ରହିଛି।
ସ୍ୱାସ୍ଥ୍ୟ ସେବା ପ୍ରଦାନରେ ଘରୋଇ କ୍ଷେତ୍ରର ଭୂମିକା କିଭଳି ରହିବା ଦରକାର?
ଆମ ରାଜ୍ୟରେ ସରକାରୀ ସ୍ୱାସ୍ଥ୍ୟ ସେବା କ୍ଷେତ୍ର ଅତ୍ୟଧିକ ଚାପରେ ରହିଛି। ତେଣୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ଘରୋଇ କ୍ଷେତ୍ରକୁ ହିଁ ଅଗ୍ରଦୂତ ସାଜିଛି। ବିଶେଷ କରି ସୁଲଭ ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାରେ ଘରୋଇ ହସ୍‌ପିଟାଲ୍‌ଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତିି।
ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ସ୍ଥିତି ଭଲ ନାହିଁ। ଏ ବିଷୟରେ ଆପଣଙ୍କ ମତ କଣ?
ଗ୍ରାମାଞ୍ଚଳ ପାଇଁ ସବୁଠୁ ବଡ଼ ସମସ୍ୟା ହେଉଛି ଡାକ୍ତରମାନଙ୍କ ଉପଲବ୍ଧତା। ଗ୍ରାମାଚଂଳକୁ ଯେହେତୁ ବିଶେଷଜ୍ଞ ଡାକ୍ତରମାନେ ଯିବାକୁ କୁଣ୍ଠା ପ୍ରକାଶ କରୁଛନ୍ତି, ତେଣୁ ସରକାରଙ୍କ ସମ୍ପୂର୍ଣ୍ଣ ନୂଆ ପ୍ରକାରର ଡାକ୍ତର ସୃଷ୍ଟି କରିବା ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଗ୍ରାମାଞ୍ଚଳର ଅସୁବିଧାକୁ ଦୃଷ୍ଟିରେ ରଖି ସ୍ୱଳପ ଅବଧିର ଡାକ୍ତରୀ ପାଠ୍ୟକ୍ରମ ପ୍ରଚଳନ କରାଯିବା ଦରକାର। ଏହା ହେଲେ ସଂଖ୍ୟାଧିକ ଡାକ୍ତର ସୃଷ୍ଟି କରାଯାଇପାରିବ। ଏଭଳି ଡାକ୍ତର ସୃଷ୍ଟି କରାଯିବା ଦରକାର ଯେଉଁମାନେ ସାଧାରଣ ରୋଗକୁ ଚିହ୍ନଟ କରି ଔଷଧ ଲେଖିପାରିବେ ଏବଂ ଜଟିଳ ସମସ୍ୟା ଥିଲେ ବଡ଼ ଡାକ୍ତରଖାନାଗୁଡ଼ିକୁ ରୋଗୀଙ୍କୁ ରେଫର୍‌ କରିପାରିବେ। ସରକାର ସମ୍ପୂର୍ଣ୍ଣ ଅଲଗା ପ୍ରକାରର ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ସୃଷ୍ଟି କରିବା ଦିଗରେ ଗୁୁରୁତ୍ୱ ପ୍ରଦାନ କରିବା ଦରକାର।

ପୁରସ୍କାର ପାଇଁ କେମିତି ଆବେଦନ କରିବେ

www.sambadawards.in ଓ୍ଵବସାଇଟ୍‌ରୁ ଫର୍ମ ଡାଉନଲୋଡ୍‌ କରି ଏହି ପୁରସ୍କାର ପାଇଁ ଆବେଦନ କରିହେବ। ଅଧିକ ବିବରଣୀ ପାଇଁ ମୋବାଇଲ ନମ୍ବର ୯୮୬୧୦୯୪୧୭୪ କିମ୍ବା [email protected] ରେ ଯୋଗଯୋଗ କରାଯାଇପାରିବ।

ସମ୍ବନ୍ଧିତ ଖବର