ବାଘୁଣୀ ‘ସୁନ୍ଦରୀ’କୁ ନେଇ ଲଙ୍କାକାଣ୍ଡ ପରେ ବଦଳିଲେ ସାତକୋଶିଆ ଡିଏଫ୍‌ଓ

ଅନୁଗୁଳ : ସାତକୋଶିଆ ଡିଏଫ୍‌ଓ ଏସ୍‌.ଏମ୍‌.ଟି ରେହ୍‌ମାନକୁ ବଦଳି କଲେ ରାଜ୍ୟ ସରକାର। ବାଘୁଣୀ ‘ସୁନ୍ଦରୀ’କୁ ନେଇ ଲଙ୍କାକାଣ୍ଡ ପରେ ଡିଏଫ୍‌ଓ ଶ୍ରୀ ରେହମାନ୍‌ଙ୍କୁ ଗୁରୁବାର ସରକାର ସାତକୋଶିଆରୁ ବିଦା କରିଛନ୍ତି। ଦୀର୍ଘ ୫ ବର୍ଷ ହେଲା ସେ ଏଠାରେ ଅବସ୍ଥାପିତ ହୋଇ ରହିଥିଲେ। ତାଙ୍କୁ ଏଠାରୁ ବିଦା କରିବାକୁ ଦୀର୍ଘଦିନ ହେଲା ଲୋକେ ଦାବି କରି ଆସୁଥିଲେ।

ବାଘୁଣୀ ସୁନ୍ଦରୀର ଆତଙ୍କ ଦିନକୁ ଦିନ ବଢ଼ିବା ପରେ ଶେଷରେ ଲୋକେ ତାତି ଉଠିଥିଲେ। ବାଘଠାରୁ ସୁରକ୍ଷା ଦେବା, ସାତକୋଶିଆରୁ ବାଘୁଣୀକୁ ସ୍ଥାନାନ୍ତରିତ କରିବା ଓ ଡିଏଫ୍‌ଓଙ୍କୁ ଏଠାରୁ ହଟାଇବାକୁ ଲୋକମାନେ ଦାବି କରି ଆସୁଥିଲେ। ଲୋକମାନଙ୍କର ଅସନ୍ତୋଷ ଓ ଚାରିଆଡୁ ଚାପ ପଡ଼ିବା ଯୋଗୁଁ ଶେଷରେ ଗୁରୁବାର ରାଜ୍ୟ ସରକାର ତାଙ୍କୁ ସାତକୋଶିଆରୁ ବିଦା କରିଛନ୍ତି। ତାଙ୍କୁ କଟକ ଟେରିଟୋରି ଡିଭିଜନକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର