ଅକ୍ଟୋବର ୨ରୁ ସାରା ରାଜ୍ୟରେ ପ୍ଲାଷ୍ଟିକ ବ୍ୟବହାର ନିଷେଧ; ଘୋଷଣା କଲେ ମନ୍ତ୍ରୀ

ଭୁବନେଶ୍ବର:  ଆସନ୍ତା ଅକ୍ଟୋବର ୨, ଗାନ୍ଧୀ ଜୟନ୍ତୀରୁ ସାରା ରାଜ୍ୟରେ ପ୍ଲାଷ୍ଟିକ ବ୍ୟବହାର ନିଷେଧ ହେବ । ରାଜ୍ୟର ସବୁ ସହରରେ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରାଯିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ତେବେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବା ଗୋଟିଏ ଥର ବ୍ୟବହାର କରି ଫୋପଡା ଯାଉଥିବା ପ୍ଲାଷ୍ଟିକ ବୋତଲ ଓ ବ୍ୟାଗ ଉପରେ ମଧ୍ୟ ରୋକ ଲାଗିବ ବୋଲି ସେ କହିଛନ୍ତି । ଏସବୁର ମାତ୍ରାଧିକ ବ୍ୟବହାର ଉପରେ ଅଙ୍କୁଶ ଲଗାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

India Folk

ତେବେ ଗତ ବର୍ଷ ଗାନ୍ଧୀ ଜୟନ୍ତୀରୁ ପ୍ଲାଷ୍ଟିକ ଉପରେ କଟକଣା ଲଗାଇଥିଲେ ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟରେ ୫ଟି ସହରରେ ଏହି କଟକଣା ଲାଗୁ କରା ଯାଇଥିଲା । ଆଉ ନିୟମ ଭାଙ୍ଗୁଥିବା ଲୋକଙ୍କୁ ଉପରେ ଜରିମାନା ମଧ୍ୟ ଲଗାଇବାକୁ ସରକାର ନିୟମ କରିଥିଲେ । ମାତ୍ର ନିୟମକୁ କଡ଼ାକଡ଼ି ପାଳନ କରାଯାଇ ନଥିଲା। ଫଳରେ ପୂର୍ବପରି ସମସ୍ତେ ପ୍ଲାଷ୍ଟିକ ବ୍ୟବହାର କରିଥିଲେ । ତେବେ ପୁଣି ପ୍ଲାଷ୍ଟିକ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର ।

ଗତବର୍ଷ ସରକାରଙ୍କ ଘୋଷଣା ପରେ କିଛି ଦିନ ଲାଗି ପଲିଥିନ୍ ବିକ୍ରି ଜୋରଦାର କାର୍ଯ୍ୟାନୁଷ୍ଠାନ ହୋଇଥିଲା। କିଛି ବ୍ୟବସାୟୀଙ୍କ ଉପରେ ଜରିମାନା ମଧ୍ୟ ଲଗାଯାଇଥିଲା। ମାତ୍ର କିଛି ଦିନ ପରେ ଧରପଗଡ଼ କୋହଳ ହୋଇଯାଇଥିଲା।

ସମ୍ବନ୍ଧିତ ଖବର