ଖୁବ୍‌ଶୀଘ୍ର ରାଜଧାନୀରେ ପ୍ରତିଷ୍ଠା ହେବ କ୍ୟାନସର ସୁପର ସ୍ପେସାଲିଟି ହସ୍ପିଟାଲ

ଭୁବନେଶ୍ୱର: ଭୁବନେଶ୍ୱରରେ କ୍ୟାନସର ସୁପର ସ୍ପେସାଲିଟି ହସ୍ପିଟାଲ ପ୍ରତିଷ୍ଠା ପାଇଁ ଖୁବଶୀଘ୍ର ସ୍ଥାନ ଚିହ୍ନଟ ହେବ। ଆଉ ଏହି ହସ୍ପିଟାଲର ନାମ ଗ୍ରୀନଫିଲ୍‌ଡ ମେମୋରିଆଲ ରଖାଯିବା ନେଇ ଯୋଜନା ହୋଇଛି। ସୋମବାର ରାଜ୍ୟ ସଚିବାଳୟରେ ଟାଟା ଗ୍ରୁପ୍‌ ଓ ରାଜ୍ୟ ସରକାର ମଧ୍ୟରେ ପ୍ରଥମ ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ତ୍ରିସ୍ତରୀୟ ହେବ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରେ ସୁପର ସ୍ପେସାଲିଟି ହସ୍ପିଟାଲ ଓ ଆଚାର୍ଯ୍ୟ ହରିହର ହସ୍ପିଟାଲକୁ ଉନ୍ନତିକରଣ କରାଯିବା ନେଇ ଆଲୋଚନା ହୋଇଛି। ଏହି ପ୍ରକଳ୍ପ ୫ ବର୍ଷ ମଧ୍ୟରେ ଶେଷ ହେବ । ଏହାର ଖର୍ଚ୍ଚ ୧ହଜାର କୋଟି ଅଟକଳ କରାଯାଇଛି। ରାଜ୍ୟ ଓ ଟାଟା ଟ୍ରଷ୍ଟ ୫୦ ପ୍ରତିଶତ ଲେଖାଏଁ ଖର୍ଚ୍ଚ କରିବେ ବୋଲି ଶୁଣିବାକୁ ମିଳୁଛି।

ଦ୍ୱିତୀୟ ପର୍ଯ୍ୟାୟରେ ସରକାରୀ ମେଡିକାଲ କଲେଜରେ କ୍ୟାନସର ଚିକିତ୍ସା ଲାଗି ଉନ୍ନତିକରଣ କରାଯିବ ଏବଂ ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୧୩ଟି ଜିଲ୍ଲାରେ ଡିଷ୍ଟ୍ରିକ୍ଟ ସେଂଟର ଖୋଲାଯାଇ କ୍ୟାନସର ଡାଇଗ୍ନୋସିସ୍‌ କରାଯିବାର ବ୍ୟବସ୍ଥା କରାଯିବ ବୋଲି ଆଜି ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର