ଜନନାୟକ ଜାନକୀବଲ୍ଲଭଙ୍କ ୯୨ ତମ ଜୟନ୍ତୀ ଅବସରରେ ଲୋକାର୍ପିତ ହେଲା ଓଡ଼ିଆ ଭାଷା ସାହିତ୍ୟର ସର୍ବପ୍ରଥମ ଜ୍ଞାନକୋଷ ‘ସାହିତ୍ୟକୋଷ’ 

ଭୁବନେଶ୍ୱର: ବିଶିଷ୍ଟ ଜନନାୟକ ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ୯୨ ତମ ଜୟନ୍ତୀ ପାଳନ ଅବସରରେ ଆଜି ଲୋକାର୍ପିତ ହୋଇଛି ଓଡ଼ିଆ ଭାଷା ସାହିତ୍ୟର ସର୍ବପ୍ରଥମ ଜ୍ଞାନକୋଷ ‘ସାହିତ୍ୟକୋଷ’। ‘ଆମ ଓଡ଼ିଶା’ ଓ ‘ସମ୍ବାଦ’ ପକ୍ଷରୁ ମିଳତ ଉଦ୍ୟମରେ ପ୍ରସ୍ତୁତ  ଓଡ଼ିଆ ଭାଷା ସାହିତ୍ୟର ଏହି ସର୍ବପ୍ରଥମ ଜ୍ଞାନକୋଷ ‘ସାହିତ୍ୟକୋଷ’କୁ ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ହୋଟେଲ ସ୍ୱସ୍ତି ପ୍ରିମିୟମର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ଖ୍ୟାତନାମା ଗବେଷକ ଓ ସାହିତ୍ୟିକ ପ୍ରଫେସର ଇନ୍ଦ୍ରନାଥ ଚୌଧୁରୀ  ଉନ୍ମୋଚନ କରିବା ସହ ଏହାର ଲୋକାପର୍ଣ କରିଛନ୍ତି। ଏହି ‘ସାହିତ୍ୟକୋଷ’ର ସଂପାଦନା କରିଛନ୍ତି ସୁଦର୍ଶନ ଆଚାର୍ଯ୍ୟ, ଦାଶରଥି ଦାଶ, ଦେବେନ୍ଦ୍ର କୁମାର ଦାଶ ଓ ଗୌରାଙ୍ଗ ଚରଣ ଦାଶ। ଏହି ଲୋକାର୍ପଣ ଉତ୍ସବରେ ‘ସମ୍ବାଦ’ର ସଂପାଦକ ତଥା ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ମଞ୍ଚରେ ଉପସ୍ଥିତ ଥିଲେ ‘ଆମ ଓଡ଼ିଶା’ର ସଂପାଦକ ସ୍ୱରାଜ ମିଶ୍ର ଓ ସଂପାଦକ (ପ୍ରକାଶନ) ଅସିତ୍‌ ମହାନ୍ତି।
‘ସାହିତ୍ୟକୋଷ’ର ଲୋକାପର୍ଣ ପରେ ମୁଖ୍ୟଅତିଥି ଖ୍ୟାତନାମା ଗବେଷକ ଓ ସାହିତ୍ୟିକ ପ୍ରଫେସର ଇନ୍ଦ୍ରନାଥ ଚୌଧୁରୀ ପ୍ରଦାନ କରିଥିଲେ ଜାନକୀବଲ୍ଲଭ ସ୍ମାରକୀ ବକ୍ତତାମାଳାର ସ୍ମାରକୀ ବକ୍ତତା। ଚଳିତ ବର୍ଷ ସ୍ମାରକୀ ବକ୍ତତାମାଳାର ପ୍ରସଙ୍ଗ ରହିଥିଲା, ‘ଜାତୀୟତାବାଦ: ରବୀନ୍ଦ୍ରନାଥ ଓ ଗାନ୍ଧୀ’। ଏହି ଉତ୍ସବରେ ରାଜ୍ୟର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।
ସମ୍ବନ୍ଧିତ ଖବର