ଆଜି ଓ ଆସନ୍ତାକାଲି କାଳବୈଶାଖୀ ସମ୍ଭାବନା

0

ଭୁବନେଶ୍ୱର: ରାଜ୍ୟର ବୌଦ୍ଧ, ବଲାଙ୍ଗୀର, ଅନୁଗୁଳ, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଆଦି ଜିଲ୍ଲାରେ କାଳବୈଶାଖୀ ସହ ବଜ୍ରପାତ ସମ୍ଭାବନା ରହିଛି ବୋଲି ଗୁରୁବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ।

ଆଜି କେନ୍ଦୁଝର, ମୟୂରଭଞ୍ଜ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ବାଲେଶ୍ୱର,ଭଦ୍ରକ, ଯାଜପୁର, କଟକ, ନୟାଗଡ଼, ବୌଦ୍ଧ, କନ୍ଧମାଳ ଓ କେନ୍ଦ୍ରାପଡ଼ା ଆଦି ସ୍ଥାନରେ ଗୋଟିଏ କିମ୍ବା ଦୁଇଟି କାଳବୈଶାଖୀ ସମ୍ଭାବନା ରହିଛି। ସେହିପରି ଆସନ୍ତାକାଲି ଉପକୂଳ ଓଡ଼ିଶା ତଥା କେନ୍ଦୁଝର, ମୟୁରଭଞ୍ଜ, କନ୍ଧମାଳ ଆଦି ସ୍ଥାନରେ କାଳବୈଶାଖୀ ସମ୍ଭାବନା ଥିବା ବେଳେ ଅନ୍ୟ ସବୁ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ପୁଣି ୨୬ ତାରିଖରେ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା ସ୍ଥାନରେ ଝଡ଼ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ।

ସେହିପରି ଗତକାଲି କନ୍ଧମାଳରେ ୭ମିମି, କଳାହାଣ୍ଡିରେ ୩ମିମି, ବଲାଙ୍ଗୀରରେ ୩ମିମି, ରାୟଗଡ଼ାରେ ୩ମିମି, ବରଗଡ଼ରେ ୨ମିମି, ଢ଼େଙ୍କାନାଳରେ ୨ମିମି, ସୋନପୁରରେ ୨ମିମି, କଟକରେ ୨ମିମି, ସମ୍ବଲପୁର ୧ମିମି, ଯାଜପୁରରେ ୧ମିିମି, ଅନୁଗୁଳରେ ୧ମିମି ଓ ଗଞ୍ଜମାରେ ୧ମିମି ବର୍ଷା ରେକର୍ଡ କରାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.