ଦିଲ୍ଲୀ ଡିଜିସିଏ ଅଫିସରେ ହାଜର ହେଲେ ବୈଜୟନ୍ତ ପଣ୍ଡା, ଚିଲିକା ଉପରେ ହେଲିକପ୍ଟଟ ଉଡାଣ ମାମଲା ନେଇ ଏକଘଣ୍ଟା ଧରି ଚାଲିଥିଲା ପଚାରଉଚରା
ଭୁବନେଶ୍ୱର: ଚିଲିକା ଉପରେ ହେଲିକପ୍ଟଟ ଉଡାଣ ମାମଲାରେ ଦିଲ୍ଲୀ ଡିଜିସିଏ ଅଫିସର ନୋଟିସ୍ ପରେ ବୈଜୟନ୍ତ ପଣ୍ଡା ହାଜର ହୋଇଛନ୍ତି। ସେପଟେ ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ ନିର୍ଦ୍ଦେଶକ ସୁରେଶ ହୋତା କହିଛନ୍ତି ଯେ, ଡିଜିସିଏ ଚିଲିକା ଉପରେ ବୈଜୟନ୍ତଙ୍କ ହେଲିକପ୍ଟଟ ଉଡ଼ାଣ ବାବଦରେ ଯାହା ରିପୋର୍ଟ ମାଗିଥିଲେ ଦେଇଛୁ । ଆଉ ମଧ୍ୟ କିଛି ଦେବାର ବାକି ଅଛି । ଆମର ନୋଟିସ୍ ଦେବାରେ କିଛି ଅସୁବିଧା ନାହିଁ । ସର୍ଭିସ ପ୍ରୋଭାଡର ହିସାବରେ ବିମାନବନ୍ଦର କର୍ତ୍ତୁପକ୍ଷ ରିପୋର୍ଟ ଦେବ। ଏହାପରେ ଡିଜିସିଏ ଯାହା ନିଷ୍ପତି ନେବେ ବୋଲି କହିଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶ ସୁରେଶ ହୋତା ।
Sambad is now on WhatsApp
Join and get latest news updates delivered to you via WhatsApp
ସେପଟେ ପ୍ରାୟ ଏକ ଘଣ୍ଟା ଧରି ଡିଜିସିଏରେ ହାଜର ହୋଇଥିବା ବୈଜୟନ୍ତ ପଣ୍ଡାଙ୍କୁ ପଚରାଉଚରା କରିଛନ୍ତି ଡିଜିସିଏ ଅଧିକାରୀ । ସୁଚନା ମୁତାବକ ଡିଜିସିଏର ୩ ଜଣ ଅଧିକାରୀ ବୈଜୟନ୍ତଙ୍କୁ ଚିଲିକା ଉପରେ ହେଲିକପ୍ଟଟ ଉଡ଼ାଣ ସମ୍ପର୍କରେ ପଚରାଉଚରା କରିଥିଲେ ।
ପଚରା ଉରୁରା ପରେ ବୈଜୟନ୍ତ କହିଛନ୍ତି ଯେ, ମୋ ଉପରେ ମିଥ୍ୟା ଆରୋପ ଲଗାଯାଉଛି । ଲୋକଙ୍କ ସହିତ ମୁଁ ଜଡ଼ିତ । ପୂର୍ବରୁ ଅନେକ ବ୍ୟକ୍ତି ଚିଲିକା ଉପରେ ଉଡ଼ାଣ ଭରିଛନ୍ତି । ତାଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ବୋଲି ପ୍ରଶ୍ନ କରିଛନ୍ତି ବୈଜୟନ୍ତ ।