ପୂର୍ବତନ ବରିଷ୍ଠ ପ୍ରଶାସକ ତ୍ରୈଲୋକ୍ୟନାଥ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର : ପୂର୍ବତନ ବରିଷ୍ଠ ପ୍ରଶାସକ ତ୍ରୈଲୋକ୍ୟନାଥ ମହାପାତ୍ର (୮୬)ଙ୍କ ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆରେ ଗତ ଅଗଷ୍ଟ ୩୦ ତାରିଖରେ ପରଲୋକ ଘଟିଛି। ଭାରତୀୟ ସମୟ ରାତି ୧ଟା ୨୪ ମିନିଟ୍‌ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଝିଅ ସରିତା ମହାପାତ୍ରଙ୍କ ସହ ସେ ସେଠାରେ ରହୁଥିଲେ। ଫୁସ୍‌ଫୁସ୍‌ଜନିତ ରୋଗରେ ଆକ୍ରାନ୍ତ ହୋଇ ସେ ଗତ କିଛି ଦିନ ହେଲା ଚିକିତ୍ସିତ ହେଉଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ଝିଅ, ଜ୍ୱାଇଁ, ୩ ପୁଅ, ବୋହୂ ଉପସ୍ଥିତ ଥିଲେ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ନାୟିକାଣୀଡିହ ପଞ୍ଚାୟତର କାଳୀପୁର ଗ୍ରାମରେ ଜନ୍ମିତ ଶ୍ରୀ ମହାପାତ୍ର ଓଡ଼ିଶା ଷ୍ଟେଟ୍‌ ଫାଇନାନ୍ସସିଆଲ କର୍ପୋରେସନ୍‌ (ଓଏସ୍‌ଏଫସି), ଓଡ଼ିଶା ହ୍ୟାଣ୍ଡଲୁମ୍‌ ଡେଭଲପମେଣ୍ଟ କର୍ପୋରେସନ୍‌(ଓଏଚ୍‌ଡିସି) ଏବଂ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦେଶକ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର