୧୨ରେ ଭାରତୀୟ ତାଲିମପ୍ରାପ୍ତ ସେବିକା ସଂଘ ନିର୍ବାଚନ

ଭୁବନେଶ୍ବର : ଭାରତୀୟ ତାଲିମପ୍ରାପ୍ତ ସେବିକା ସଂଘ(ଟିଏନ୍ଏଆଇ) ଓଡ଼ିଶା ଶଖାର ନିର୍ବାଚନ ଆସନ୍ତା ୧୨ତାରିଖରେ ହେବାକୁ ସ୍ଥିର ହୋଇଛି। ଗତ ଡିସେମ୍ବର ମାସରେ କାର୍ଯ୍ୟକାଳ ସମାପ୍ତ ହୋଇଥିଲେ ମଧ୍ୟ ଗୋଆରେ ଜାତୀୟସ୍ତରରେ ଟିଏନ୍ଏଆଇ କନଫରେନ୍ସ ଥିବାରୁ ନିର୍ବାଚନ ପାଇଁ ଏହି ତାରିଖ ଧାର୍ଯ୍ୟ ହୋଇଛି। ୟୁନିଟ୍-୬ ସ୍ଥିତ ଆଇଏମ୍ଏ ହାଉସଠାରେ ସକାଳ ୯ଟାରୁ ଅପରାହ୍‌ଣ ୩ଟା ପର୍ଯ୍ୟନ୍ତ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଟିଏନ୍ଏଆଇ ଓଡ଼ିଶା ଶାଖା ପକ୍ଷରୁ ୟୁନିଟ-୨ସ୍ଥିତ କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ସମଗ୍ର ଭାରତବର୍ଷର ସେବିକାମାନଙ୍କୁ ନେଇ ଗଠିତ ଏହି ସଂଘରେ ପ୍ରତି ୪ବର୍ଷରେ ଥରେ ନିର୍ବାଚନ ହୋଇଥାଏ। ସବୁ ବର୍ଗର ସେବିକା ଯଥା ଏଏନ୍ଏମ୍, ଜିଏନ୍ଏମ୍, ଷ୍ଟାଫ ନର୍ସେସ, ନର୍ସିଂ ଟ୍ୟୁଟର, ପ୍ରିନ୍ସିପାଲ, ସ୍କୁଲ୍, କଲେଜସ୍ ଅଫ ନର୍ସିଂ ଆସିଷ୍ଟାଣ୍ଟ ଡାଇରେକ୍ଟର, ମାଟ୍ରନ, ଡିପିଏଚ୍ଏନ, ଡିଡିଏନ୍, ଜଏଣ୍ଟ ଡାଇରେକ୍ଟର, ପ୍ରଫେସର ଓ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନର ତାଲିମପ୍ରାପ୍ତ ସେବିକା ରହିଛନ୍ତି। ଏଥିପାଇଁ ଜାତୀୟସ୍ତରରୁ ରିଟର୍ଣ୍ଣିଂ ଅଫିସର ଏସ୍. ଶଶାଙ୍କନ, (ଉପସଭାପତି ପଶ୍ଚିମ ଜୋନ୍) ଓ ରାଜ୍ୟରୁ ରିଟର୍ଣ୍ଣିଂ ଅଫିସର ଭାବେ ବୀଣାପାଣୀ ପ୍ରଧାନ ପ୍ରାର୍ଥିପତ୍ର ଚୟନ କରିବା ସହ ନିର୍ବାଚନ ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ନିର୍ବାଚନରେ ଜିଲ୍ଲାଠାରୁ ରାଜ୍ୟ ପର୍ଯ୍ୟନ୍ତ ସମସ୍ତ ସଭ୍ୟସଭ୍ୟା ଯୋଗ ଦେବା ପାଇଁ ସମ୍ମିଳନୀରେ ସଂଘର ସମ୍ପାଦିକା ପ୍ରଭାତି ମହାନ୍ତି ଏବଂ ଟିଏନ୍ଏଆଇ ସମ୍ପାଦିକା କାଜଲରାଣୀ ସିହ୍ନା ଅନୁରୋଧ କରିଛନ୍ତି। ପୂର୍ବରୁ ସଭାପତି ଭାବେ ଫୁଲଣା କୁମାରୀ ଦେଇ ଏବଂ ସମ୍ପାଦକ ଭାବେ କାଜଲରାଣୀ ସିହ୍ନା ଦାୟିତ୍ୱରେ ଥିଲେ।

ସମ୍ବନ୍ଧିତ ଖବର