ପୋଖରୀରେ ବୁଡ଼ି ୨ ଶିଶୁ ମୃତ

ଆଳି : ଆଳି ଥାନା ଲୋକାପଡ଼ା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡ଼ି ଦୁଇ ଜଣ ଶିଶୁ ପ୍ରାଣ ହରାଇଛନ୍ତି। ଏହି ଘଟଣାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୮ଟା ସମୟରେ ଲୋକାପଡ଼ା ଗ୍ରାମର ମହମ୍ମଦ ଫରିଦଙ୍କ ପୁଅ ସେକ୍‌ ଫରହାନ (୨ ବର୍ଷ) ଓ ତାଙ୍କ ଭଉଣୀ ନସିବା ଖାତୁନଙ୍କ ପୁଅ ଆବୁ ବେକର (ଦେଢ଼ ବର୍ଷ) ଘର ନିକଟରେ ଖେଳୁଥିଲେ। ଏହି ସମୟରେ ସେମାନେ ଘର ପାଖରେ ଥିବା ଲାହାସାହି ପୋଖରୀ ଆଡ଼କୁ ଚାଲି ଯାଇଥିଲେ। ସେଠାରେ କୌଣସି କାରଣରୁ ଦୁହେଁ ପାଣିରେ ବୁଡ଼ି ଯାଇଥିଲେ। ଦୀର୍ଘ ସମୟ ବିତି ଯାଇଥିଲେ ବି ସେମାନେ ଘରକୁ ନ ଫେରିବାରୁ ଦୁହିଁଙ୍କୁ ପରିବାର ଲୋକେ ବନ୍ଧୁବାନ୍ଧବ ଓ ପଡ଼ୋଶୀ ଘରେ ଖୋଜା‌ଖୋଜି କରିଥିଲେ। ପ୍ରାୟ ଦେଢ଼ ଘଣ୍ଟା ପରେ ଲାହାସାହି ପୋଖରୀରେ ଉଭୟଙ୍କ ଶବ ଭାସୁଥିବା ଦେଖିବାକୁ ମିଳିଥିଲା। ଦୁଇ ଶିଶୁଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ କରାଯିବା ସହ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର