ଟ୍ରଲର୍‌ ସହ ଡ୍ରାଇଭର୍‌ଙ୍କୁ ଜାଳି ଦେଇଥିବା ୨ ମାଓବାଦୀ ଗିରଫ

ରାଉରକେଲା : ଗତ ଅଗଷ୍ଟ ୩ ତାରିଖରେ ରାଉରକେଲାରୁ ଲୁହା ପାଇପ୍‌ ବୋଝେଇ କରି ଜାମସେଦପୁର ଯାଉଥିବା ଟ୍ରଲର୍‌ ଡ୍ରାଇଭର୍‌ ଜାଗୋ ସିଂହଙ୍କୁ ଜିଅନ୍ତା ଜାଳି ଦେବା ଘଟଣାରେ ଖୁଣ୍ଟି ପୁଲିସ ଆଜି ଦୁଇ ଜଣ କୁଖ୍ୟାତ ମାଓବାଦୀଙ୍କୁ ଗିରଫ କରିଛି। ସେମାନେ ହେଲେ ଝାରଖଣ୍ଡର ସାକିନ ବାରୁହାତୁ ଥାନା ଅନ୍ତର୍ଗତ ମାରଙ୍ଗହଦାର ଗାଁର ଅଜୟ ଲୋହାର ଏବଂ ସାଇକୋର ସୁଖରାମ ମୁଣ୍ଡା ଓରଫ୍‌ ତେରଛୁ। ସେମାନଙ୍କଠାରୁ ଦୁଇଟି ଦେଶୀ ପିସ୍ତଲ ଓ କିଛି ଅଫୁଟା ଗୁଳି ଜବତ ହୋଇଛି। ଟ୍ରଲର୍‌ ସହିତ ଡ୍ରାଇଭର୍‌ଙ୍କୁ ଜିଅନ୍ତା ଜାଳି ଦେଇଥିବା ଦୁହେଁ ପୁଲିସ ଆଗରେ ସ୍ୱୀକାର କରିଛନ୍ତି। ଆଜି ଖୁଣ୍ଟି ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଅଶ୍ୱିନୀ କୁମାର ସିହ୍ନା ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର