ଦୁର୍ଘଟଣାରେ ୨ ଛାତ୍ର ମୃତ

ବ୍ରହ୍ମପୁର : ଆଜି ଅପରାହ୍ନରେ ବ୍ରହ୍ମପୁର ଉପକଣ୍ଠ ଶରଧାବାଲି ଛକରେ ଏକ ସାଇକେଲ ସହ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବି-ଫାର୍ମା ଛାତ୍ର ଏବଂ ଜଣେ ଇଂଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି।

ମୃତକମାନେ ହେଲେ ଦିଗପହଣ୍ଡି ଥାନା ପଦ୍ମନାଭପୁର ଗ୍ରାମର ବାସିନ୍ଦା ତଥା ରୋଲାଣ୍ଡ ଫାର୍ମାସି କଲେଜର ବିଫାର୍ମ ଶେଷ ବର୍ଷ ଛାତ୍ର ଶିବାଶିଷ ପାତ୍ର (୨୧) ଏବଂ ମୟୂରଭଂଜର ବାସିନ୍ଦା ତଥା ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର ପ୍ରଡକ୍ସନ୍‌ ବିଭାଗ ଦ୍ୱିତୀୟ ବର୍ଷ ଛାତ୍ର ରାଜୀବ ଲୋଚନ ସେଠୀ। ସୂଚନା ଅନୁଯାୟୀ ଦିଗପହଣ୍ଡି ଥାନା ପଦ୍ମନାଭପୁର ଅଂଚଳର କେ.ରାମାରାଓ ପାତ୍ରଙ୍କ ପୁଅ ଶିବାଶିଷ ଆମ୍ବପୁଆରେ ଥିବା ରୋଲାଣ୍ଡ ଫାର୍ମାସି କଲେଜର ଶେଷ ବର୍ଷ ଛାତ୍ର। ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ପରୀକ୍ଷା ସରିବା ପରେ କଲେଜରୁ ସାଇକେଲରେ ‘ମେସ୍‌’କୁ ଫେରୁଥିଲେ। ତେବେ ଶରଧାବାଲି ଛକରେ ବିପରୀତ ପାର୍ଶ୍ୱରୁ ଦ୍ରୁତଗତିରେ ଆସୁଥିବା ଏକ ବାଇକ୍‌ ତାଙ୍କ ସାଇକେଲକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଶିବାଶିଷଙ୍କର ମୃତ୍ୟୁ ହୋଇଥିଲା। ଅପରପକ୍ଷେଳ ବାଇକ୍‌ ଚଳାଉଥିବା ରାଜୀବ ଲୋଚନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ସେହିପରି ଗୁରୁତର ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର ଅଙ୍କିତ୍‌ ପଟ୍ଟନାୟକ ଏବଂ ବିଶ୍ୱଜିତ୍‌ ସେଠୀ। ଦୁହିଁଙ୍କ ଘର ଭୁବନେଶ୍ୱରରେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର