ଅଜଣାଗାଡ଼ି ଧକ୍କାରେ ବୃଦ୍ଧ ମୃତ

ଅମର୍ଦ୍ଦାରୋଡ୍‌: ବସ୍ତା ଥାନା ଅନ୍ତର୍ଗତ ୬୦ ନଂ ଜାତୀୟ ରାଜପଥ ଗୋଡ଼ିଖାଳ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ସୂଚନାରୁ ଜଣାଯାଇଛି, ବଡ଼ଚାରିଗାଁ ଗ୍ରାମର ନିତ୍ୟାନନ୍ଦ ଭଦ୍ର(୬୫) ସାଇକଲ ଯୋଗେ ଗୋଡ଼ିଖାଳ ହାଟକୁ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କା ଦେଇ ପଳାଇଥିଲା। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି।

ସମ୍ବନ୍ଧିତ ଖବର