ଜାଣନ୍ତୁ କେଉଁଠୁ ଆସିଲା ‘ଫୋନି’? କିଏ କରିଥିଲା ଏପରି ନାମକରଣ

ଭୁବନେଶ୍ବର: ସାରା ରାଜ୍ୟକୁ ଘାରିଛି ଫୋନି ଭୟ । ମହାବାତ୍ୟା ଠାରୁ ଅଧିକ ରହିପାରେ ପବନର ବେଗ ଓ ଦେଢ଼ ମିଟର ପର୍ଯ୍ୟନ୍ତ ଜୁଆର ମାଡ଼ି ଆସିବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି । ଏପରିକି ଏହି ସାମୁଦ୍ରିକ ଝଡ଼ ‘ଫୋନି’ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଭୟଙ୍କର ରୂପ ଧାରଣ କରିବ ଯାହାକି ଓଡ଼ିଶାବାସୀଙ୍କୁ ଆତଙ୍କିତ କରିଛି । ତେବେ ‘ଫୋନି’ କେଉଁଠାରୁ ଆସିଛି ଏବଂ ଏହି ସାମୁଦ୍ରକି ଝଡ଼ର ନାମକରଣ କିଭଳି ହୋଇଛି ତାହା ଜାଣିବାକୁ ଆପଣଙ୍କ ମନରେ କୌତୁହଳ ଲାଗି ରହିଥିବ ନିଶ୍ଚିତ । କାରଣ ପୂର୍ବରୁ ଫାଇଲିନ. ହୁଡହୁଡ଼, ତିତଲୀ ଭଳି ବାତ୍ୟାର ନାମକରଣ ମଧ୍ୟ ବିଭିନ୍ନ ଦେଶ କରିଛନ୍ତି ।

ପ୍ରକୃତରେ ଏହି ବାତ୍ୟାର ନାମ ପାଣିପାଗ ନାମ ‘ଟ୍ରପିକାଲ ସାଇକ୍ଲୋନ୍’ କିନ୍ତୁ କିନ୍ତୁ ସହଜରେ ମନେ ରଖିବା ପାଇଁ ଏପରି ନାମକରଣ କରାଯାଇଛି । ଏହି ନାମକରଣ ପ୍ରକ୍ରିୟା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଅଧିକ କ୍ରିୟାଶୀଳ ହୋଇଥିଲା । ୧୯୫୩ ଯାଏଁ ଏପରି ନାମକରଣରେ କେବଳ ପୁରୁଷ ନାମ ହିଁ ବ୍ୟବହାର କରାଯାଉଥିଲା । ୧୯୭୯ ପରେ ମହିଳାଙ୍କ ନାମ ମଧ୍ୟ ଏଥିରେ ଅନ୍ତଭୁର୍କ୍ତ କରାଗଲା । ଜଳବାୟୁ ଦୃଷ୍ଟିରୁ ସାମଞ୍ଜସ୍ୟ ଥିବା ଦେଶଗୁଡ଼ିକୁ ଏକାଠି କରାଯାଇ ୧୦ଟି ଜଳବାୟୁ ଜୋନରେ ତିଆରି କରାଯାଇଛି । ଏହି ଜୋନ୍ ଅନୁସାରେ ବାଂଲାଦେଶ, ମାଳଦ୍ୱୀପ, ପାକିସ୍ତାନ, ମିୟାଁମାର, ଓମାନ ଶ୍ରୀଲଙ୍କା ଥାଇଲାଣ୍ଡ ଓ ଭାରତକୁ ଭାରତମହାସାଗରର ଉତ୍ତରରେ ଥିବା ପାଣିପାଗ ଜୋନ୍ ମଧ୍ୟରେ ରଖାଯାଇଛି ।

ସମ୍ବନ୍ଧିତ ଖବର