ମୟୂରଭଞ୍ଜ ଜିଲ୍ଲାରେ ମହିଳା ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି କ୍ଷେତ୍ରରେ ଅନିୟମିତତା ଅଭିଯୋଗ : ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଶାୟୀ ପ୍ରାର୍ଥିନୀଙ୍କ ଧାରଣା

ବାରିପଦା : କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପାରାମେଡିକାଲ ଷ୍ଟାଫ୍ ମାନଙ୍କର ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରିଥିଲେ । ବିଜ୍ଞାପନ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ ୧୬୫ଟି ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସରକାରଙ୍କ ଗାଇଡ୍‌ଲାଇନ ଅନୁସାରେ ସମସ୍ତ ଜିଲ୍ଲାରେ ସମୟ ମୁତାବକ ପୋଷ୍ଟିଂ ଦିଆଯାଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ଅହେତୁକ ବିଳମ୍ବ କରାଯାଇଥିଲା ପୁଣି ବିଳମ୍ବରେ ପୋଷ୍ଟିଂ କରାଯାଇଥିବା ପ୍ରାର୍ଥୀମାନଙ୍କର ମେରିଟ୍ ଲିଷ୍ଟ୍ ଜିଲ୍ଲା ସ୍ବାସ୍ଥ୍ୟବିଭାଗର ୱେବସାଇଟ୍‌ରେ ଛଡାଯାଇନଥିବା ଅଭିଯୋଗ ହୋଇଛି। ପୁଣି ଏହି ୧୬୫ ଜଣଙ୍କ ମଧ୍ୟରୁ ୧୦୭ ଜଣ କାର୍ଯ୍ୟରେ ଯୋଗଦେଇଥିବାବେଳେ ଅନ୍ୟମାନେ ଜଏନ୍ କରିନାହାନ୍ତି। ଏହି ପଦବୀରେ ପୁନଃନିଯୁକ୍ତି ଦିଆଯାଉନଥିବାର ଅଭିଯୋଗ କରିଛନ୍ତି ଏହି ପଦପାଇଁ ଆବେଦନ କରି ନିରାଶ ହୋଇଥିବା ଏକାଧିକ ପ୍ରାର୍ଥିନୀ। ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ଆଶାୟୀ ପ୍ରାର୍ଥିନୀମାନେ ଧାରଣା ଦେଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏମାନଙ୍କ ସହିତ ଆଲୋଚନା କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର