ମହିଳା ସଂରକ୍ଷଣ ପ୍ରସଙ୍ଗ: ତୃଣମୂଳ କଂଗ୍ରେସକୁ ଭେଟିଲେ ବିଜେଡି ପ୍ରତିନିଧି

ଭୁବନେଶ୍ବର: ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ବିଜେଡିର ଏକ ପ୍ରତିନିଧି ଦଳ ଆଜି ନୂଆଦିଲ୍ଲୀରେ ତୃଣମୂଳ କଂଗ୍ରେସ ନେତାଙ୍କୁ ଭେଟିଛନ୍ତି। ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସଙ୍କ ନେତୃତ୍ବରେ ଯାଇଥିବା ଏହି ପ୍ରତିନିଧି ଦଳ‌େର ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ସାମିଲ ହୋଇଥିଲେ। ତୃଣମୂଳ କଂଗ୍ରେସର ରାଜ୍ୟସଭାରେ ମୁଖ୍ୟ ସଚେତକ ଶୁଭେନ୍ଦୁ ଶେଖର ରାୟ ଓ ସାଂସଦ ଅବିର ରଞ୍ଜନ ବିଶ୍ବାସଙ୍କୁ ସେମାନେ ବିଜେଡି ସଭାପତି ଲେଖିଥିବା ପତ୍ର ହସ୍ତାନ୍ତର କରିବା ସହ ଏହି ପ୍ରସଙ୍ଗରେ ନୀତିଗତ ସମର୍ଥନ ଲୋଡ଼ିଥିଲେ।
ସୂଚନାଯୋଗ୍ୟ ଯେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ପ୍ରତିନିଧି ଦଳମାନେ ଦେଶର ୨୨ଟି ଜାତୀୟ ଓ ଆଞ୍ଚଳିକ ଦଳମାନଙ୍କୁ ଭେଟି ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଲାଗି ସମର୍ଥନ ସଂଗ୍ରହ କରୁଛନ୍ତି।

ସମ୍ବନ୍ଧିତ ଖବର