୧୦ରୁ ସାଢ଼େ ୫ ଅଫିସ୍‌ ସମୟ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକୁ ବି ମାନୁନାହାନ୍ତି

ଆଦେଶ ଦେଲେ, ଉତ୍ତରଦାୟିତ୍ବ ନ୍ୟସ୍ତ ହେଲାନି, ବ୍ଲକ, ତହସିଲ, ପଞ୍ଚାୟତ ସ୍ଥିତି ଆହୁରି ସଙ୍ଗିନ, ବାବୁ ମାନୁନାହାନ୍ତି, କର୍ମଚାରୀ କେମିତି ଶୁଣିବେ

ଭୁବନେଶ୍ବର : ସରକାରୀ ବ୍ୟବସ୍ଥାକୁ େଲାକାଭିମୁଖୀ କରିବା ସହିତ କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତା ବଢାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ପାଳିରେ ଏକ ବଡ଼ ନିଷ୍ପତ୍ତି େନଇଛନ୍ତି। ରାଜ୍ୟର ସମସ୍ତ ସରକାରୀ କର୍ମଚାରୀ ଓ ଅଫିସର ସକାଳ ୧୦ଟାରେ ଅଫିସ ଆସିବେ, ସାଢେ ପାଞ୍ଚଟାରେ ଛୁଟି। ଅପରାହ୍ନ ସାେଢ େଗାଟାଏରୁ ୨ଟା ହେଉଛି ଖାଇବା ସମୟ।

କର୍ମଚାରୀଙ୍କୁ ଚାପ ମୁକ୍ତ କରିବା ଲାଗି ମାସର ଦ୍ବିତୀୟ ଶନିବାର ଭଳି ଚତୁର୍ଥ ଶନିବାରକୁ ମଧ୍ୟ ଛୁଟି େଘାଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ନିର୍ଦେଶନାମା ଜାରି େହାଇଛି।

ମୁଖ୍ୟମନ୍ତ୍ରୀଙ୍କ ନିେର୍ଦଶ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ େହାଇଥିଲା। ବାରମ୍ବାର ଅଫିସ ଦୌଡି ଦୌଡି ନିରାଶ େହଉଥିବା େଲାକେ ଆଶ୍ବସ୍ତ େହାଇଥିଲେ େଯ ଏବେ ଅନ୍ତତଃ ସେମାନଙ୍କୁ ନ୍ୟାୟ ମିଳିବ। ଅଫିସର ନାହାନ୍ତି େବାଲି କହି ଆଉ କେହି େଫରାଇବେ ନାହିଁ।

ହେଲେ ବାସ୍ତବତା ହେଲା, ମୁଖ୍ୟମନ୍ତ୍ରୀଙ୍କ ନିେର୍ଦଶ କୌଣସି ସରକାରୀ ସଂସ୍ଥାରେ ଶତପ୍ରତିଶତ ପାଳନ େହାଇପାରୁନାହିଁ। ମୁଖ୍ୟମନ୍ତ୍ରୀଙ୍କ ନିେର୍ଦଶକୁ ଫୁ କରି ଉଡାଇ ଦିଆଯାଇଛି। ଯେଉଁ କର୍ମଚାରୀ, ବାବୁ ପୂର୍ବରୁ ବି ନିୟମିତ ଆସୁଥିଲେ, ସେମାନେ ଏବେ ବି ଆସୁଛନ୍ତି। ଅନ୍ୟମାନେ କେତେବେଳେ ଆସୁଛନ୍ତି, କେଉଁ ସମୟରେ ଯାଉଛନ୍ତି, ସେ ସଂକ୍ରାନ୍ତ ରେକର୍ଡ କାହା ପାଖରେ ନାହିଁ। ପଞ୍ଚାୟତ, ଆରଆଇ ଅଫିସ, ବ୍ଲକ, ତହସିଲ, ଓ ଜିଲ୍ଲାସ୍ତରରେ ସ୍ଥିତି ଆହୁରି ସଙ୍ଗିନ୍। ଦୁର୍ଗମ ଅଞ୍ଚଳ କଥା ନ କହିବା ଭଲ। ହାତଗଣତି କେତେଜଣଙ୍କୁ ଛାଡିଦେଲେ, ସଚିବାଳୟରେ ମଧ୍ୟ ବଡ଼ ବଡ଼ ବାବୁମାେନ ୩୦ମିନିଟରେ ଖାଇକି ପୁଣି ନିଜ ଆସ୍ଥାନକୁ େଫରୁନାହାନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିେର୍ଦଶ ପାଳନ େହଉଛି ନା ନାହିଁ, ଏହାକୁ କିଏ କେଉଁଠି ତଦାରଖ କରୁଛନ୍ତି?

ଏମିତି ପ୍ରଶ୍ନ ଏବେ ସମଗ୍ର ରାଜ୍ୟରେ ଆେଲାଚନାର ବିଷୟ େହାଇଛି। କେଉଁଠାରେ କେମିତି ସରକାରୀ ବ୍ୟବସ୍ଥା ଉତ୍ତରଦାୟୀ ହେଲା? କାହାକୁ କେଉଁ କାମ ପାଇଁ ଉତ୍ତରଦାୟୀ କରାଗଲା? ଏକଥା ବି କେହି ଠଉରାଇ ପାରୁନାହାନ୍ତି।

ରାଜ୍ୟରେ େଯତିକି ସରକାରୀ କର୍ମଚାରୀ ଅଛନ୍ତି, ତା’ ଠାରୁ େଢର୍ କେଇ ଗୁଣ ଅଧିକ େବସରକାରୀ େକ୍ଷତ୍ରରେ କାମ କରନ୍ତି। ସରକାରୀ ବ୍ୟବସ୍ଥାରେ ଚାକିରିରେ କେବଳ ସ୍ଥିରତା ଅଛି ତା ନୁହେଁ, ସମାଜ ସେମାନଙ୍କୁ ସମ୍ମାନ େଦଇଥାଏ। ଆହୁରି ଅନେକ ସୁବିଧା ବି।

କେବଳ ସେତିକି ନୁହେଁ, ବର୍ଷକୁ ୧୫ ଦିନ ସରକାରୀ ଛୁଟି। ପୂର୍ବରୁ ଦ୍ବିତୀୟ ଶନିବାର ପାଇଁ ୧୨ ଦିନ ଛୁଟି ମିଳୁଥିଲା ବର୍ଷରେ। ଏବେ ଚତୁର୍ଥ ଶନିବାର ଲାଗି ଆଉ ୧୨ ଦିନ ଛୁଟି ମିଶିଲା। ୫୨ ଦିନ ରବିବାର। ୧୫ ଦିନ ସିଏଲ୍, ୩୧ ଦିନ ପାଖାପାଖି ଇଏଲ୍। ପୁଣି ଅଧା ଦିନ ଛୁଟି ବ୍ୟବସ୍ଥା ଅଛି। ଏସବୁ ମିଶାଇେଲ ଜଣେ କର୍ମଚାରୀ ପାଖାପାଖି ବର୍ଷର ଏକ ତୃତୀୟାଂଶ ସମୟ ଛୁଟି ବ୍ୟବସ୍ଥା ଉପଭୋଗ କରୁଛି।

ବାକି ସମୟରେ ସରକାର ବ୍ୟବସ୍ଥାକୁ ଉତ୍ତରଦାୟୀ କରିବେନି? ସ୍ଥିତି ଏତେ ତଳକୁ ଖସିଯାଇଛି େଯ କର୍ମଚାରୀଙ୍କ ପାଇଁ ସମୟ କଟକଣା କରାଗଲା ପରେ ବି ତାହାର କାର୍ଯ୍ୟାନ୍ବୟନ ନାହିଁ?

ଜଣେ ସରକାରୀ କର୍ମଚାରୀ ନିଜ ନାମ ଗୋପନ ସର୍ତରେ କହିଛନ୍ତି, ଯିଏ ଭଲ କାମ କଲା, ତାକୁ ସାବାସୀ ନାହିଁ, ଯିଏ ଠକିଲା, ତା ପାଇଁ ଦଣ୍ଡବିଧାନ ନାହିଁ? ଯିଏ ସରକାରଙ୍କ ଆଦେଶକୁ ଅକ୍ଷରେ ଅକ୍ଷରେ ପାଳନ କଲା, ତା ପାଇଁ ଯାହା, ଯିଏ ଅଭ୍ୟାସଗତ ଭାବେ ଉଲ୍ଲଂଘନ କଲା, ତା େକ୍ଷତ୍ରରେ ସେୟା?

ଜଣେ ବରିଷ୍ଠ ପ୍ରଶାସକ କହିଛନ୍ତି ଯେ ରାଜ୍ୟ ସରକାର ଏ ନିୟମକୁ ସେତେବେଳେ କାର୍ଯ୍ୟକାରୀ କରାଯାଇପାରିବ, େଯତେବେଳେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ବାେୟାମେଟ୍ରିକ୍ ବ୍ୟବସ୍ଥା ପ୍ରଚଳନ େହବ। ଏହା ସିଧାସଳଖ ଏଚଆରଏମଏସ୍ ସହିତ ସଂଲଗ୍ନ େହବ। ତେବେ ଯାଇ କିଏ କେଉଁ ସମୟରେ ନିର୍ଦିଷ୍ଟ ଭାବେ ଆସିଲା, ଗଲା, ତାହା େରକର୍ଡ ରଖାଯିବ। ଯିଏ ବିଳମ୍ବରେ ଆସିବ, ସରକାରୀ ବ୍ୟବସ୍ଥା ଅନୁସାରେ, ଅଧା ଦିନ େବାଲି ବିବେଚନା କରାଯିବ ଓ ଛୁଟି କଟିବ। କେବଳ ସେତିକି ନୁେହଁ, ବିଭାଗର ସର୍ବୋଚ୍ଚ କର୍ତ୍ତା େବାଲି କୁହାଯାଉଥିବା ବାବୁମାନେ ନିଜେ ଯଦି ବିଭିନ୍ନ ସମୟରେ ଅଚାନକ ସମସ୍ତ କର୍ମଚାରୀଙ୍କ ବୈଠକ ଡାକିବେ, ବା ନିଜ ଆସନ ଛାଡି କାର୍ଯ୍ୟାଳୟ ତନଖି କରିବେ, ତେବେ କିଏ ଅଫିସରେ ରହୁଛି, କିଏ ରହୁନାହିଁ, ତାହା ଜାଣି ହେବ।

ବୁଦ୍ଧିଜୀବୀ ମହଲର କହିବା କଥା େହଉଛି, ମଧ୍ୟାହ୍ନ େଭାଜନ ଅଧା ଘଣ୍ଟାଏ କର୍ମଚାରୀଙ୍କ େକ୍ଷତ୍ରରେ ବିେଶଷ ପ୍ରଭାବ ରଖେ ନାହିଁ। ସେମାନେ ପ୍ରାୟତଃ ସାଙ୍ଗରେ ମଧ୍ୟାହ୍ନ େଭାଜନ ଆଣିଥାନ୍ତି ବା ଚା’ ଜଳଖିଆରେ ସାରିଦିଅନ୍ତି। କିନ୍ତୁ ବାବୁମାନେ ଅଧଘଣ୍ଟାରେ େଫରନ୍ତି? ସେମାନଙ୍କୁ ଛାଡି ଡ୍ରାଇଭର ଖାଇବାକୁ ଯିବେ ଓ େଫରିଲେ ଆଣିକି ଆସିବେ? ଅଧ ଘଣ୍ଟାରେ କେମିତି ହେବ?

କେବଳ ସେତିକି ନୁେହଁ, ଜଣେ ଜଣେ ଅଫିସର ଏକାଧିକ ଦାୟିତ୍ବରେ ଅଛନ୍ତି। ସେମାନେ କେଉଁଠି କେତେବେଳେ ରହୁଛନ୍ତି, କିଏ କେମିତି ଜାଣିବେ? କିଏ ନିର୍ଧାରଣ କରିବ ସେମାନଙ୍କ ଅଫିସ ସମୟ? ଯଦି ଅଫିସର ଏତେ ବ୍ୟସ୍ତ ରହିବେ, ସେମାନେ କିଭଳି ତଳିଆ କର୍ମଚାରୀଙ୍କୁ ଜଗିବେ? ଲୋକେ ଜାଣିପାରିବେ ଆଜି ଅଫିସର କେଉଁ ସମୟରେ କେଉଁ ଅଫିସରେ ଅଛନ୍ତି? ଏଥିରେ ମୁଖ୍ୟମନ୍ତ୍ରୀଙ୍କ ନିେର୍ଦଶକୁ କିଭଳି କାର୍ଯ୍ୟକାରୀ କରାଯାଇପାରିବ?

ସମ୍ବନ୍ଧିତ ଖବର