ବିଧାୟକଙ୍କ ନାମରେ ଜାଲ୍‌ ଫେସବୁକ୍‌ ଆକାଉଣ୍ଟ ‌ଖୋଲି ‌ଠକେଇ ଉଦ୍ୟମ, ଧରାପଡ଼ିଲେ ଯୁବକ

ପାଟଣାଗଡ଼ : ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ନାମରେ ଜାଲ୍‌ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ମୋବାଇଲ୍‌ ମାଗୁଥିବା ଜଣେ ଯୁବକ ପୁଲିସ୍‌ ହାତରେ ଧରାପଡ଼ିଛନ୍ତି।

ବିଧାୟକ ଶ୍ରୀ ମେହେରଙ୍କ ଅଭିଯୋଗ ଅନୁସାରେ, ଶନିବାର ତାଙ୍କ ନାମରେ ଏକ ଜାଲ୍‌ ଫେସବୁକ ଆକାଉଣ୍ଟ ଚାଲୁଥିବା ଜାଣିବାକୁ ପାଇଥିଲେ। ସନ୍ଧ୍ୟା ୬ ଟାରେ ତାଙ୍କ ଫେକ୍‌ ଫେସ୍‌ବୁକ ଆକାଉଣ୍ଟରୁ ପାଟଣାଗଡ଼ସ୍ଥିତ ଦଶମତୀ ମୋବାଇଲ ଦେକାନକୁ ଏକ ମେସେଜ୍‌ ଆସିଥିଲା। ଉକ୍ତ ମସେଜରେ ଗୋଟିଏ ମୋବାଇଲ ଦେବା ପାଇଁ କୁହାଯାଇଥିଲା। ଏହାପରେମୋବାଇଲ ଦୋକାନର ମାଲିକ ଶ୍ରୀରାମ ଦାସ ବିଧାୟକଙ୍କ ପାଖକୁ ଯାଇ ଅବଗତ କରାଇଥିଲେ। ପରେ ଦୋକାନର ମାଲିକଙ୍କୁ ମୋବାଇଲକୁ ବଲାଙ୍ଗୀର ପଠାଇବାକୁ ମେସେଜ ଆସିଥିଲା।

ଏ ସଂପର୍କରେ ବିଧାୟକ ଏସ୍‌ପିଙ୍କୁ ଜଣାଇଥିଲେ। ମେସେଜ ମୁତାବକ ଏକ ମୋବାଇଲ୍‌ ପ୍ୟାକ କରି ବାବାଶଙ୍କର ବସ୍‌ରେ ମାନସ ଆଚାର୍ଯ୍ୟ ନାମରେ ପଠାଯାଇଥିଲା। ଉକ୍ତ ବସରେ ବିଧାୟକଙ୍କ ଦୁଇ ଜଣ ସମର୍ଥକ ମଧ୍ୟ ଯାଇଥିଲେ। ବଲାଙ୍ଗୀରରେ ମୋବାଇଲ ନେବାକୁ ଆସିଥିବା ଯୁବକ ବଲାଙ୍ଗୀର ବରପାଲିପଡ଼ାର ଲୋକନ ମିଶ୍ର(୨୫)ଙ୍କୁ ଉଭୟେ ଧରି ପୁଲିସକୁ ଖବର ଦେଇଥିଲେ। ପାଟଣାଗଡ଼ ପୁଲିସ୍‌ ଲୋକନଙ୍କୁ ପଚରାଉଚୁରା କରୁଛି।

ସମ୍ବନ୍ଧିତ ଖବର