ଆସନ୍ତା ଫେବ୍ରୁଆରି ୧୪ରେ ନାରାୟଣ ପରିବାରର ବୋହୂ ବନିବେ କି ନେହା? ଭାବି ଶଶୁରଙ୍କ ପାଦ ଛୁଇଁବା ବେଳର ଫଟୋ ଭାଇରାଲ୍‌

ମୁମ୍ବାଇ: ବଲିଉଡ୍‌ର ଜଣେ ଜଣାଶୁଣା କଣ୍ଠଶିଳ୍ପୀ ଭାବେ ପରିିଚିତ ନେହା କକ୍କର। ସୋନି ଟିଭିର ଲୋକପ୍ରିୟ ରିୟଲିଟି ସୋ’ ‘ଇଣ୍ଡିଆନ୍‌ ଆଇଡଲ୍‌’ରୁ ନେହାଙ୍କୁ ପୂରା ଦୁନିଆ ଜାଣିଥିବା ବେଳେ ପରବର୍ତ୍ତୀ ସମୟରେ  ସେଇ ସୋ’ର ଜଜ୍‌  ହୋଇଛନ୍ତି ନେହା। ତେବେ, ଆପଣ ଜାଣିଥିବେ ନିଶ୍ଚୟ ଯେ ‘ଇଣ୍ଡିଆନ୍‌ ଆଇଡଲ୍‌’ ସିଜିନ୍‌-୧୧ରେ ନେହା ଜଜ୍‌ ହୋଇଥିବା ବେଳେ କାର୍ଯ୍ୟକ୍ରମକୁ ହୋଷ୍ଟିଂ କରୁଛନ୍ତି ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ। ସେମାନଙ୍କ ମଧ୍ୟରେ ଘନିଷ୍ଠତା ଥିବା କଥା ବି ଅନେକ ସମୟରେ ପୂର୍ବରୁ ଦେଖିବାକୁ ମିଳିଛି।

କେବେ କେବେ ଆଦିତ୍ୟ ନାରାୟଣ ନେହାଙ୍କ ପାଇଁ ରୋମାଣ୍ଟିକ୍‌ ଗୀତ ଗାଇଥାନ୍ତି ତ ପୁଣି କେବେ ରୋମାଣ୍ଟିକ୍‌ ଗୀତରେ ନୃତ୍ୟ ପରିବେଷଣ କରିଥିବାର ନଜର ଆସିଛନ୍ତି। ପୂର୍ବରୁ ନେହା ଓ ଆଦିତ୍ୟଙ୍କ ମଧ୍ୟରେ ପ୍ରେମ ସଂପର୍କଟିଏ ଥାଇପାରେ ବୋଲି ଦର୍ଶକ ଅନୁମାନ ଲଗାଇଥିବା ବେଳେ ଏବେ ଦୁହିଁଙ୍କ ବିବାହ ତାରିଖ ସାମ୍ନାକୁ ଆସିଛି। ସୂଚନା ରହିଛି ଯେ ଚଳିତବର୍ଷ ଭାଲେଣ୍ଟଇନ୍ସ ଡେ ଅର୍ଥାତ ଫେବ୍ରୁଆରି ୧୪ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି ଏହି ଯୋଡ଼ି।

aajtak

କାରଣ ରବିବାର ଏପିସୋଡ୍‌ରେ ନେହା ଓ ଆଦିତ୍ୟଙ୍କ ପରିବାର ଲୋକଙ୍କୁ ‘ଇଣ୍ଡିଆନ୍‌ ଆଇଡଲ୍‌’ ମଞ୍ଚରେ ଦେଖିବାକୁ ମିଳିଥିଲା। ସେମାନେ ବି ଏହି ସଂପର୍କକୁ ସବୁଜ ସଂକେତ ଦେଇଛନ୍ତି। ନେହାଙ୍କ ସୋ’କୁ ରବିବାର ସଂଧ୍ୟାରେ ଆଦିତ୍ୟ ନାରାୟଣଙ୍କ ବାପା ତଥା ସୁନାମଧନ୍ୟ କଣ୍ଠଶିଳ୍ପୀ ଉଦିତ୍‌ ନାରାୟଣ ଓ ଅଲ୍‌କା ୟାଗ୍‌ନିକ ଆସିଥିଲେ। ଏମାନଙ୍କ ବ୍ୟତୀତ ଉଦିତ୍‌ ନାରାୟଣ ପତ୍ନୀ ତଥା ଆଦିିତ୍ୟ ନାରାୟଣଙ୍କ ମାଆ ଦୀପା ନାରାୟଣ ବି ସେଠାରେ ପହଞ୍ଚିଥିଲେ। ସେମାନେ ସେଠାରେ ଖୁବ୍ ମସ୍ତି କରିବା ସହ ନେହାଙ୍କ ହାତ ଆଦିତ୍ୟଙ୍କ ପାଇଁ ମାଗିଥିଲେ।

AajTak

ମାତ୍ର କିଛି ସମୟ ପରେ ମଞ୍ଚ ଉପରେ ପହଞ୍ଚିଥିଲେ ନେହାଙ୍କ ଘର ଲୋକ। ନେହା ସେମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେମାନେ ବି ଅତିଦ୍ୟଙ୍କ ସହ ନେହାଙ୍କ ବିବାହକୁ ନେଇ ହଁ ଭରିଥିବା ଦେଖିବାକୁ ମିଳିଛି। ଦୁଇ ପରିବାର ମିଶି ବିବାହ କଥା ଉଠାଇବା ପରେ ଲାଜେଇ ଯାଇଥିଲେ ନେହା। ଆନୁଷ୍ଠାନିକ ଭାବେ ଘୋଷଣା ନ ହୋଇଥିଲେ ବି ଆସନ୍ତା ଫେବ୍ରୁଆରି ୧୪ ତାରିଖରେ ନେହା-ଆଦିତ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର