ସେନା ପୋଷାକରେ ଜୋତା ପଲିସ କରୁଥିବା ନଜର ଆସିଲେ ଧୋନି

ନୂଆଦିଲ୍ଲୀ:  ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏହି ସମୟରେ ଜମ୍ମୁ କଶ୍ମୀର ସେନାରେ ଡିୟୁଟି କରୁଛନ୍ତି। ସେ ସେଠାରେ ସେନା ଡିୟୁଟି ସହିତ ଲୋକମାନଙ୍କ ହୃଦୟଜିଣିଲା ଭଳି କାମ କରୁଛନ୍ତି। କଶ୍ମୀରରୁ ପ୍ରତିଦିନ ଧୋନିଙ୍କ କିଛି ନାକିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ ଟେରିଟୋରିଅଲ୍‌ ଆର୍ମି ସହିତ ଭଲିବଲ୍‌ ଖେଳୁଛନ୍ତି ତ କେଉଁଠି ଗୀତ ଗାଉଥିବା ନଜର ଆସୁଛନ୍ତି। ଏବେ ତାଙ୍କର ଏମିତି ଏକ ଫଟୋ ଭାଇରାଲ୍‌ ହୋଇଛି ଯେଉଁଥିରେ ସେ ନିଜ ଜୋତାକୁ ନିଜେ ପଲିସ କରୁଥିବା ନଜର ଆସିଛନ୍ତି।

 

ଭାଇରାଲ ଫଟୋରେ ଧୋନି ଏକ ଛୋଟ କୋଠରିରେ ପଡ଼ିଥିବା ଚୌକିରେ ବସି ନିଜ ଜୋତାକୁ ନିଜେ ପଲିସ କରୁଛନ୍ତି। ଏହାକୁ ଦେଖି ଧୋନିଙ୍କ ପ୍ରଶଂସକ ତାଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି। ଧୋନି ଟେରିଟୋରିଅଲ୍‌ ଆର୍ମି ସହିତ କାମ କରିବା ପାଇଁ କ୍ରିକେଟରୁ ଦୁଇମାସର ବିଶ୍ରାମ ନେଇଛନ୍ତି। ସେ ଜୁଲାଇ ୩୧ରୁ ସେନାରେ ଡିୟୁଟି ଆରମ୍ଭ କରିବା ସହିତ ଅଗଷ୍ଟ ୧୫ ପର୍ଯ୍ୟନ୍ତ ବାଟାଲିୟନ୍‌ ସହିତ ରହିବେ। ୨୦୧୧ରେ ସେନା ସହିତ ଯୋଡ଼ି ହୋଇଥିବା ଧୋନି ଟ୍ରେନିଂ କ୍ୟାମ୍ପରେ ସେନା ବିମାନରୁ ପାଞ୍ଚଟି ପାରଚୁଟ ଜମ୍ପ କରି କ୍ୱାଲିଫାଏଡ ପାରାଟ୍ରପର ବି ହୋଇଥିଲେ। ଏବେ ଧୋନିଙ୍କ ଉପରେ ପେଟ୍ରୋଲିଂ, ଗାର୍ଡ ଓ ପୋଷ୍ଟ ଡିୟୁଟିର ଦାୟିତ୍ୱ ରହିଛି।

ସମ୍ବନ୍ଧିତ ଖବର