କନ୍ଧମାଳ: ଦାରିଙ୍ଗବାଡି ଥାନା ଅଧିନସ୍ଥ କୁଏରଙ୍ଗା ଘଟିରେ ରବିବାର ଯାତ୍ରୀବାହୀ ଅଟୋ ଓଲଟି ପଡ଼ିବାରୁ ୧୨ ଜଣ ଆହତ ହୋଇଛନ୍ତି। ଦାରିଙ୍ଗବାଡ଼ି ଆସୁଥିବା ବେଳେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଆହତମାନଙ୍କ ମଧ୍ୟରେ ୪ ଜଣ ଗୁରୁତର ରହିଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ଗୁରୁତର ଆହତଙ୍କ ମଧ୍ୟରେ ଏକ ବର୍ଷର ଶିଶୁ ଓ ସାତ ବର୍ଷର ଶିଶୁ ରହିଛନ୍ତି। ଏମାନଙ୍କୁ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଗୁରୁତରଙ୍କୁ ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଳୟ ଜାରି ରହିଛି। ଲଦି ପ୍ରଧାନ (୫୮), ବରୁଣ ପ୍ରଧାନ(୨୪), କାହ୍ନ ସାହୁ (୨୨), ସନ୍ତୋଷ ପ୍ରଧାନ (୩୨), ନନ୍ଦିତା ପ୍ରଧାନ(୨୩) ଶ୍ରୀପନ(୧), ଲିପନ ପ୍ରଧାନ(୧୨), ପୁସ୍ପିତା (୧୭), ଜିଜିକଲ(୭), ଶାନ୍ତି ପ୍ରଧାନ (୨୫), କଇ ପ୍ରଧାନ(୨୭), ଶୁଭମ ପ୍ରଧାନ (୧୭) ପ୍ରମୁଖଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।