ଚାରି ନାବାଳିକା ସହିତ ଦୁଷ୍କର୍ମ, ମୁଣ୍ଡ ବିନ୍ଧା ସମସ୍ୟା ନେଇ ଯାଇଥିବା ନାବାଳିକା ଡାକ୍ତର ଦ୍ୱାରା ଦୁଷ୍କର୍ମର ଶିକାର

ଲକ୍ଷ୍ମୌ: ଶନିବାର ପ୍ରଧାନମନ୍ତ୍ରୀଙ୍କ ବାସଭବନେରେ ଆୟୋଜିତ କ୍ୟାବିନେଟ ବୈଠକରେ ୧୨ବର୍ଷରୁ କମ୍‌ ନାବାଳିକା ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡ ମିଳିବ ବୋଲି ନିଷ୍ପତ୍ତି ନେଇଛନ୍ତି। କାଠୁଆ, ସୁରାଟ, ଇନ୍ଦୋର, ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ ଦେଶବ୍ୟାପି କଡା ପ୍ରତିକ୍ରିୟା ପ୍ରକାଶ ପାଇବା ଥିଲା। ତେବେ ସରକାର ଏହାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହାପରେ ସରକାର ପୋକ୍ସୋ ଓ ଶିଶୁ ଯୌନଶୋଷଣ ନିରାକରଣ ଆଇନରେ ସଂଶୋଧନ ପାଇଁ ଆଧ୍ୟାଦେଶ ଜାରି କରିଛନ୍ତି। ସରକାରଙ୍କ ଦ୍ୱାରା ଅଧ୍ୟାଦେଶ ଜାରି ହେବା ପରେ ଉତ୍ତରପ୍ରଦେଶର ଭିନ୍ନ ଭିନ୍ନ ଜିଲ୍ଲାରେ ୪ଜଣ ନାବାଳିକାଙ୍କ ସହିତ ଦୁଷ୍କର୍ମ ହୋଇଥିବା ଘଟଣା ସାମ୍ନାକୁ ଆସିଛି।

୧. ରାମପୁର ଜିଲ୍ଲାରେ ଜଣେ ଯୁବକ ୭ବର୍ଷର ଶିଶୁ ସହିତ ଦୁଷ୍କର୍ମ କରିଛି। ପୀଡତା ପିତାଙ୍କ କହିବାନୁସାରେ, ତାଙ୍କ ଝିଅ ପାଣି ଆଣିବାକୁ ଯାଇଥିବା ସମୟରେ ଉକ୍ତ ଯୁବକ ଫୁସୁଲାଇ ତା’ସହିତ ଦୁଷ୍କର୍ମ କରିଥିଲା। ଏବଂ ଅଚେତ ଅବସ୍ଥାରେ ଛାଡ଼ି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପୀଡିତା ପିତାଙ୍କ ଅଭିଯୋଗ କ୍ରମେ ଦୁଷ୍କର୍ମକାରୀକୁ ଗିରଫ କରାଯାଇଛି। ପୀଡତାକୁ ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

୨. ମୁଜାଫରନଜର ଜଣେ ୧୩ବର୍ଷର ନାବାଳିକା ଡାକ୍ତର ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛି। ପୀଡିତା ମୁଣ୍ଡ ବିନ୍ଧାର ସମସ୍ୟା ନେଇ ଡାକ୍ତର ପାଖକୁ ଯାଇଥିଲା। ସେଠାରେ ଡାକ୍ତର ପୀଡିତାକୁ ନିଶା ଦ୍ରବ୍ୟ ଦେଇ ଦୁଷ୍କର୍ମ କରିଥିଲେ। ପରେ ପୀଡିତା ଏହି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲା। ପୀଡିତା ପରିବାର ଲୋକଙ୍କ ଅଭିଯାଗ କ୍ରମେ ପୁଲିସ ଦୁଷ୍କର୍ମକାରୀ ଡାକ୍ତରଙ୍କୁ ଗିରଫ କରି ପୀଡ଼ିତାଙ୍କୁ ଡାକ୍ତରିମାଇନା ପାଇଁ ପଠାଇ ଦେଇଛି। ଯାଞ୍ଚ ସମୟରେ କ୍ଲିନିକ୍‌ରୁ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ମିଳିଥିଲା। ଏବେ ବି ଯାଞ୍ଚ ଜାରି ରହିଛି ବୋଲି ପୁଲସ ସୂତ୍ରରୁ ପ୍ରକାଶ।

୩. ମୁରାଦାବାଦରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛି। ସେ ଘରେ ଏକାକି ଥିବା ସମୟରେ ତିନିଜଣ ଯୁବକ ଘରେ ପଶି ଜୋର ଜବରଦସ୍ତି ତା ସହିତ ଦୁଷ୍କର୍ମ କରିଥିଲେ। ଏବଂ ଘଟଣାର ଦୃଶ୍ୟକୁ ଭିଡିଓରେ କୈଦ କରତ ନେଇଥିଲେ। ଏହି ଭିଡିଓକୁ ଦୁଷ୍କର୍ମକାରୀ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ କରି ଦେଇଥିଲେ। ପୁଲିସ ଦୁଷ୍କର୍ମକାରୀକୁ ଧରିବାକୁ ଅନୁସନ୍ଧାନ ଚଳାଇଥିବା ବେଳେ ସୋସିଆଲ ମିଡିଆରୁ ଭିଡିଓକୁ ହଟାଇବା ପାଇଁ ଚେଷ୍ଟା ଜାରି ରଖିଛି।

୪. କନ୍ନୋଜରେ ବିଷ୍ଣୁଗଡ଼ ଅଞ୍ଚଳରେ ୧୧ ବର୍ଷର ଝିଆରିକୁ ତାର ଦାଦା ଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ଘଟିବା ସମୟରେ ଝିଅ ଘରେ ଏକା ଥିଲା। ଦୁଷ୍କର୍ମ କରିବା ପରେ ପୀଡିତାର ଦାଦା ଫେରାର ହୋଇଯାଇଛି। ପୁଲିସ ଦୁଷ୍କର୍ମକାରୀ ଦାଦାକୁ ଧରିବା ପାଇଁ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର